ପ୍ରେମିକ ସହିତ ଘରୁ ପଳାଇ ଯାଉଥିଲା ଭଉଣୀ, ଭାଇ ରୋକିବାରୁ ପିଟି ପିଟି ମାରିଦେଲା ପ୍ରେମିକ

ହରିୟାଣାର ପାନିପତ ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଘଟିଛି। ଏଠାରେ ନିଜ ପ୍ରେମିକ ସହ ବାଇକରେ ବସି ଘରୁ ପଳାଇଯାଉଥିବା ଭଉଣୀକୁ ରୋକିବାକୁ ଯାଇ ଭାଇ ହତ୍ୟାର ଶିକାର ହୋଇଛି। ପ୍ରେମିକାର ଭାଇକୁ ପ୍ରେମିକ ଜଣକ ତାଙ୍କ ଆଖି ଆଗରେ ହିଁ ପିଟି ପିଟି ମାରିଦେଇଛି। ଏ ନେଇ ଯୁବତୀଙ୍କ ବାପା ଝିଅ ସମେତ ୫ ଜଣଙ୍କ ନାଁରେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଘଟଣାଟି ପାନିପତର ନାମୁଣ୍ଡା ଗାଁରେ ଘଟିଛି। କୁହାଯାଉଛି, ଅଭିଯୁକ୍ତ ପ୍ରେମିକ ଜଣକ ୪ ପିଲାଙ୍କ ବାପା।

ସୂଚନା ମୁତାବକ, ନାମୁଣ୍ଡା ଗାଁର ସୁନିଲ କୁମାରଙ୍କ ୩ ପୁଅଝିଅ ଅଛନ୍ତି। ସେମାନେ ହେଲେ, ଚାରୁଲ, ପାରୁଲ ଓ ବଂଶ। ତାଙ୍କ ଅଭିଯୋଗ ଅନୁଯାୟୀ, ଚାରୁଲ ଗୁରୁବାର ସକାଳେ କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ଏହା ପରେ ପରେ ଗାଁର ନଗେନ୍ଦ୍ର ମଧ୍ୟ ବାଇକ ନେଇ ତାଙ୍କ ପଛେ ପଛେ ବାହାରିଥିଲେ। ସନ୍ଦେହ ହେବାରୁ ବଂଶ ଦୁଇଜଣଙ୍କୁ ପିଛା କରିଥିଲେ। କିଛି ସମୟ ପରେ ବଂଶ ବଡ ଭଉଣୀ ପାରୁଲକୁ ଫୋନ କରି ଚାରୁଲ ଜଣେ ଯୁବକ ସହ ପଳେଇ ଯାଉଥିବା କଥା କହିଥିଲେ। ତେବେ ବଂଶ ସେମାନଙ୍କୁ ପିଛା କରି କରି ଏକ ଜାଗାରେ ଧରିଥିଲେ। ସେ ସେମାନଙ୍କୁ ରୋକୁଥିଲେ। ହେଲେ ନଗେନ୍ଦ୍ର, ଵଂଶକୁ ଓଲଟା ଆକ୍ରମଣ କରିଥିଲେ।

kk

ସୁନିଲ କହିଛନ୍ତି, ଦ୍ୱିପ୍ରହର ପାଖାପାଖି ୨ଟା ବେଳେ ଵଂଶ ବଡ଼ ଭଉଣୀକୁ ଲୋକେସନ ସେଣ୍ଡ କରିଥିଲେ। ସେଠାରେ ପାରୁଲ ୩.୩୦ରେ ପହଞ୍ଚିଥିଲେ। ତେବେ ସେଠାରେ ପହଞ୍ଚି ପାରୁଲ ଵଂଶ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ଶରୀର ନୀଳ ପଡିଯାଇଥିଲା। ପରିବାର ଲୋକେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଚାରୁଲ, ନଗେନ୍ଦ୍ର ଏବଂ ତାଙ୍କର ୩ ଭାଇଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

You might also like