ଭଉଣୀ ପ୍ରେମବିବାହ କରିଥିଲା ବୋଲି ଭାଇକୁ ପରିହାସ କରୁଥିଲା ସାଙ୍ଗ, କଥା ନ ସହିପାରି ସାଙ୍ଗକୁ ୩୦ ଥର ଛୁରୀ ମାରିଲା ସାଙ୍ଗ

ରାଜଧାନୀ ଦିଲ୍ଲୀରେ ଜହାଙ୍ଗିରପୁରୀ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩୦ ଥର ଛୁରୀ ମାରି ହତ୍ୟା। ପୋଲିସ ଏହି ଘଟଣାରେ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି।
ଦିନକୁ ଦିନ ରାଜଧାନୀରେ ଦିଲ୍ଲୀରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଜହାଙ୍ଗିରପୁରୀ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩୦ ଥର ଛୁରୀ ମାରି ହତ୍ୟା କରିଛି ଅଭିଯୁକ୍ତ । ଏହି ଅଞ୍ଚଳରେ ରହୁଥିବା ଚିରାଗ ନାମକ ଜଣେ ଯୁବକଙ୍କ ଭଉଣୀ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହରେ ମୃତକ ରାହୁଲଙ୍କ ମୁଖ୍ୟ ଭୂମିକା ନେଇଥିଲେ। ରାହୁଲ ସୁବବେଳେ ଚିରାଗଙ୍କୁ ଭଉଣୀ ପ୍ରେମ ବିବାହ କରିବା ନେଇ ପରିହାସ କରୁଥିଲେ। ତେବେ ଏହି କଥାକୁ ନେଇ ରାହୁଲ ଏବଂ ଚିରାଗଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଯାହା ପରେ ଚିରାଗ ଏବଂ ତାଙ୍କର ଦୁଇ ଜଣ ବନ୍ଧୁ ରାହୁଲଙ୍କୁ ଛୁରୀ ମାରିଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ବିଜେଆରଏମ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ମୁତାବକ, ପ୍ରେମଜନିତ ବିବାହର ପ୍ରତିଶୋଧ ନେବା ପାଇଁ ଚିରାଗ ରାହୁଲଙ୍କୁ ଗତକାଲି ରାତିରେ ନିଜ ଘରକୁ ଡାକିଥିଲେ। ଘରକୁ ଡାକି ପାଖାପାଖି ୩୦ ଥର ଛୁରୀ ମାରି ହତ୍ୟା କରିଦେଇଥିଲେ। ଏହି ମାମଲାରେ ପୋଲିସ ଏବେ ଯାଞ୍ଚ କରୁଛି। ପୋଲିସ ଏହି ହତ୍ୟା ମାମଲାରେ ୪ ଜଣ ନାବାଳିକାଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରଖିଛି।