ଦେଶ ବିଦେଶ

ଭାରତରେ ପୁଣି ସୃଷ୍ଟି ହୋଇପାରେ ସାଂଘାତିକ ପରିସ୍ଥିତି! କରୋନା ଦ୍ୱିତୀୟ ଲହର ଭଳି ବଢ଼ିପାରେ ମୃତ୍ୟୁ ମାମଲା; ମିଳିତ ଜାତିସଂଘର ଆଶ୍ଚର୍ଯ୍ୟଜନକ ରିପୋର୍ଟ

କରୋନାର ଓମିକ୍ରନ୍ ଭାରିଆଣ୍ଟ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦିନକୁ ଦିନ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୦୨୧ ଏପ୍ରିଲରୁ ଜୁନ୍ ମଧ୍ୟରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ମାରାତ୍ମକ ସ୍ଥିତି ସୃଷ୍ଟି କରିଥିଲା। ଏହି ଲହରରେ ୨ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଆର୍ଥିକ ପୁନଃରୁଦ୍ଧାରରେ ବାଧା ସୃଷ୍ଟି ହୋଇଥିଲା ଏବଂ ନିକଟ ଭବିଷ୍ୟତରେ ମଧ୍ୟ ଏହି ପ୍ରକାରର ସ୍ଥିତି ପୁଣି ଉତ୍ପନ୍ନ ହୋଇପାରେ।

ମିଳିତ ଜାତିସଂଘର ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା (WESP ବ୍ଲୁ ) ୨୦୨୨ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ କୋଭିଡ୍‌-୧୯ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ ଭାରିଆଣ୍ଟର ନୂତନ ଲହର ମୃତ୍ୟୁ ସଂଖ୍ୟାକୁ ବୃଦ୍ଧି କରିପାରେ। ଆର୍ଥିକ କ୍ଷତି ମଧ୍ୟ ପୁଣିଥରେ ବୃଦ୍ଧି ପାଇବାର ଅନୁମାନ କରାଯାଇଛି। ରିପୋର୍ଟରେ କୁହାଯାଇଛି କି, ଭାରତରେ ଡେଲଟା ଭାରିଆଣ୍ଟ ସଂକ୍ରମଣର ଏକ ଘାତକ ଲହର ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ୨,୪୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ଆର୍ଥିକ ସୁଧାର ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଗକୁ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ। ମିଳିତ ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ଅଣ୍ଡର ସେକ୍ରେଟେରୀ ଲିୟୁ ଜେନମିନ୍ କହିଛନ୍ତି ଯେ ଏକ ସମନ୍ୱିତ ତଥା ସ୍ଥାୟୀ ବିଶ୍ୱସ୍ତରୀୟ ଆଭିମୁଖ୍ୟ ବିନା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏହି ମହାମାରୀ ବିଶ୍ୱ ଅଭିବୃଦ୍ଧି ଲାଗି ସବୁଠାରୁ ବଡ ବିପଦ ସାଜିପାରେ।

ଭାରତରେ ଦ୍ରୁତ ଗତିରେ ବଢ଼ୁଛି ଓମିକ୍ରନ୍ ଓ କରୋନା ମାମଲା

ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଭାରତରେ ବର୍ତ୍ତମାନ ସୁଦ୍ଧା ୧୫୪ କୋଟିରୁ ଅଧିକ ଟିକା ଦିଆଯାଇ ସାରିଛି। ଭାରତରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିଲା। ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ଏବଂ ମୃତ୍ୟୁ ମାମଲା ବୃଦ୍ଧି ପାଇଥିଲା। ଏଥିରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଥିଲା। ଏବେ ଭାରତରେ ଓମିକ୍ରନ୍ ଏବଂ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିପୋର୍ଟ ମୁତାବକ, ୨୦୨୧ ଡିସେମ୍ବର ସୁଦ୍ଧା ନେପାଳ, ପାକିସ୍ତାନ ଏବଂ ବାଂଲାଦେଶରେ ୨୬ ପ୍ରତିଶତରୁ କମ୍‌ ଜନସଂଖ୍ୟା ସମ୍ପୂର୍ଣ୍ଣ ରୂପେ ଟିକା ନେଇ ସାରିଛନ୍ତି। ଯେତେବେଳେ କି, ଭୁଟାନ, ମାଲଦ୍ୱୀପ ଓ ଶ୍ରୀଲଙ୍କାରେ ୬୪ ପ୍ରତିଶତରୁ ଅଧିକ ଲୋକ ଟିକା ନେଇଛନ୍ତି।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

16 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

18 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

22 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

24 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

29 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago