ସ୍ୱତନ୍ତ୍ର ପରିବାର ସ୍ୱତନ୍ତ୍ର ଶରୀର, ଜାଣନ୍ତୁ କଣ

ବ୍ରାଜିଲରେ ଏକ ସ୍ୱତନ୍ତ୍ର ପରିବାର ରହିଛି । ଯେଉଁ ପରିବାରରର ସ୍ୱତନ୍ତ୍ରତା ହେଉଛି ଏଠାରେ ପ୍ରତ୍ୟେକ ଲୋକଙ୍କ ହାତରେ ଏବଂ ପାଦରେ ୫ଟି ବଦଳରେ ୬ଟି ଲେଖାଏଁ ଆଙ୍ଗୁଠି ରହିଛି । ଏହି ୧୪ ଜଣ ସଦସ୍ୟଙ୍କ ଭିନ୍ନ ଧରଣର ପରିବାର ନିଜର ସ୍ୱତନ୍ତ୍ରତା ପାଇଁ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛି । ଏହି ପରିବାରରେ ଜନ୍ମ ନେଇଥିବା ସବୁଠାରୁ ଛୋଟ ପିଲାର ହାତରେ ମଧ୍ୟ ଏହିଭଳି ବିକୃତି ରହିଛି ।
ଜେନେଟିକ ପ୍ରୋବ୍ଲେମ ଥିବା ୨୬ ସଦସ୍ୟ ବିଶିଷ୍ଟ ଏହି ଡି ସିଲୱା ପରିବାରର ୧୪ ଜଣ ସଦସ୍ୟଙ୍କ ଦୁଇ ହାତ ଏବଂ ଗୋଡ଼ରେ ଛଅଟି ଲେଖାଏଁ ଆଙ୍ଗୁଠି ରହିଛି । ଏହି ବିକୃତିକୁ ପଲିଡେ଼କ୍ଟିଲି କୁହାଯାଇଥାଏ । ଏହା ଏକ ଅନୁବଂଶିକ ସିଣ୍ଡ୍ରୋମ ଅଟେ ଏବଂ ଏହା ୧୦୦୦ ଲୋକଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ କିନ୍ତୁ ଡି ସିଲୱା ପରିବାର ପାଇଁ ଏହା ଅସାମାନ୍ୟତା ନୁହେଁ ବରଂ ଏକ ଅଦ୍ଵିତୀୟ ଚିହ୍ନର ଏକ ପର୍ଯ୍ୟାୟ ଅଟେ । ନିଜର ଅତିରିକ୍ତ ଆଙ୍ଗୁଠିକୁ ସେମାନେ ନିଜର ମୂଲ୍ୟବାନ ସମ୍ପତ୍ତି ବୋଲି ଭାବିଥାନ୍ତି ।
ଜେନେଟିକ ସାଇଣ୍ଟିଷ୍ଟ ଡ଼ାଃ ଲୋରା ଲୋଟିସଙ୍କ ଅନୁଯାୟୀ ଅନେକ ପ୍ରକାର ଉତ୍ପରିବର୍ତ୍ତନ ପାଇଁ ଏଭଳି ହୋଇଥାଏ । କିନ୍ତୁ ଗୋଟିଏ ହାତ ଏବଂ ଗୋଡ଼ରେ ଅତିରିକ୍ତ ଆଙ୍ଗୁଠି ହେବା ଘଟଣାରେ ଆମେ ଗୋଟିଏ ଜିନ ର ଏକ ଭୁଲ ଏକ୍ସପ୍ରେସନ ଦେଖିଥାଉ । ସେ କହିଛନ୍ତି ଯଦି କୌଣସି ବ୍ୟକ୍ତିଙ୍କ ମାତାପିତାଙ୍କ ହାତ କିମ୍ବା ଗୋଡ଼ରେ ଅତିରିକ୍ତ ଆଙ୍ଗୁଳି ଥାଏ ତାହେଲେ ତାଙ୍କ ପିଲାଙ୍କ ଠାରେ ମଧ୍ୟ ଏଭଳି ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି ।