ବସ୍ ଏବଂ ଅଟୋରିକ୍ସା ମୁହାମୁହିଁ ଧକ୍କା, ଡ୍ରାଇଭର ସମେତ ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

ଗୁଜୁରାଟ : ଗୁଜୁରାଟର ପାଟନ ଜିଲ୍ଲାରେ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସାମି-ରାଧାନପୁର ରାଜପଥର ସାମି ଗାଁ ନିକଟରେ ସକାଳ ପ୍ରାୟ ୧୧:୩୦ ସମୟରେ ଘଟିଛି ଏହି ଦୁର୍ଘଟଣା । ଅଟୋରିକ୍ସା ଏବଂ ଗୁଜୁରାଟ ରାଜ୍ୟ ପରିବହନ ନିଗମର ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଛି ।
ତେବେ ଏହି ଦୁର୍ଘଟଣା ସେହି ସମୟଭିତରେ ହୋଇଥିଲା ଯେଉଁ ସମୟରେ ହିମ୍ମତନଗରରୁ କଚ୍ଛ ଯାଉଥିବା ଏକ ପରିବହନ ନିଗମ ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଅଟୋରିକ୍ସାକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି ପାଟନ ଜିଲ୍ଲା ପୋଲିସ ଅଧିକ୍ଷକ ଭି.କେ । ଧକ୍କା ଏତେ ତୀବ୍ର ଥିଲା ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହା ସହିତ ଅଟୋରିକ୍ସାର କିଛି ଅଂଶ ବସ୍ ତଳେ ଫସି ଯାଇଛି ।
ଏସ ପି ଏହି ବିଷୟରେ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ଡ୍ରାଇଭର ସମେତ ଅଟୋରିକ୍ସାରେ ଯାତ୍ରା କରୁଥିବା ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବସ୍ ଡ୍ରାଇଭର ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ ନିୟନ୍ତ୍ରଣ ହରାଇ ଅଟୋ ସହିତ ଧକ୍କା ଦେଇଥିଲା ।
ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ରାଧନପୁର ବିଧାୟକ ଏବଂ ବିଜେପି ନେତା ଲାଭିଗଜୀ ଠାକୋର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପ୍ରତି ସମବେଦନା ଜଣାଇଥିଲେ ।
Also read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ