ବୁଲନ୍ଦସହରରେ ସିଲିଣ୍ଡର ବିସ୍ଫୋରଣ : ମାଟିରେ ମିଶିଗଲା ବିଲିଡିଂ, ପରିବାରର ୬ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ବୁଲନ୍ଦସହରରେ ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣରେ ଏକ ବିଲିଡିଂ ମାଟିରେ ମିଶିଯାଇଛି । ବୁଲନ୍ଦସହରର ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ରହୁଥିବା ରିୟାଜୁଦ୍ଦିନଙ୍କ ଘରେ ଏହି ଦୁର୍ଘଟଣା ଘଟିଛି । ସୂଚନାପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ମୁତାବକ, ବୁଲନ୍ଦସହରର ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ରିୟାଜୁଦ୍ଦିନ ଶଟରିଙ୍ଗ କାମ କରୁଥିବା ବେଳେ ହଠାତ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। । ଏଥିସହ ୯ ପରିବାରର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏକ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଏହି ଘରେ ୧୮ରୁ ୧୯ ଜଣ ଲୋକ ରହୁଥିଲେ । ଘଟଣାଟି ରାତି ୮.୩୦ ରୁ ୯ଟା ମଧ୍ୟରେ ଘଟିଥିବା ବୁଲନ୍ଦସହର ଜିଲ୍ଲାପାଳ କହିଛନ୍ତି ।
#WATCH | Bulandshahr DM Chandra Prakash Singh says, “A cylinder blast occurred at the house of a man namely Riyazuddin in Ashapuri colony between 8:30-9 pm. 8 people have been taken to the hospital in this incident, some people are in critical condition. The rest of the 10-11… https://t.co/MgzlLXe5vM pic.twitter.com/lMepOdZ3sS
— ANI (@ANI) October 21, 2024
ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ, NDRF ଟିମ୍, ପ୍ରଶାସନିକ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ବେଳେ ଘଟଣାସ୍ଥଳକୁ ଛାନଭିନ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କ ପାଇଁ ଉତ୍ତର ସ୍ୱାସ୍ଥ୍ୟାସେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।