ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ ଓ ଲରୀ ମୁହାମୁହିଁ ଧକ୍କାରେ ୬ ମୃତ

ଆନ୍ଧ୍ରପ୍ରଦେଶରେ ଆଜି ସକାଳେ ଭୀଷଣ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲାରେ ହୋଇଛି। ଏଠାରେ ଥିବା ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା ଲରି ସହିତ ଧକ୍କା ହୋଇଥିଲା। ତେଣୁ ଘଟଣାସ୍ଥଳରେ ୬ ଲୋକ ମରିଛନ୍ତି। ଏହି ଘଟଣାରେ ୧୦ ଜଣ ଲୋକ ଆହତ ହୋଇଥିବା ସୂଚନା ରହିଛି।

ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା ପୋଲିସ। ଏହି ଘଟଣାରେ ଆହତ ହୋଇଥିବା ୧୦ ଜଣଙ୍କୁ ପୋଲିସ ସୁରକ୍ଷିତ ଭାବେ କାଢି ଆମ୍ବୁଲାନ୍ସରେ ହସପିଟାଲକୁ ପହଞ୍ଚାଇଥିଲା।

ଗୁର୍ଜାଲା ଡିସିପି ଜୟରାମ କହିଛନ୍ତି, ଆହତଙ୍କୁ ତୁରନ୍ତ ନରସରାଓପେଟ ସ୍ଥିତ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତଦେହକୁ ହସପିଟାଲରେ ରଖାଯାଇଛି।

ସୂଚନା ମୁତାବକ, ବହରାଇଚ-ଲକ୍ଷ୍ମୀପୁର ଖିରି ହାଇେଓ୍ଵରେ ସକାଳେ ଟ୍ରକ ଏବଂ ଏକ ଟେମ୍ପୋ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୭ ଲୋକଙ୍କ ଜୀବନ ଚାଲିଯାଇଥିଲା। ଆଉ ୯ ଲୋକ ଆହତ ହୋଇଥିଲେ। ଆହତଙ୍କ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲକୁ ପଠାଯାଇଥିବା ବେଳେ ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ କହିବା ମୁତାବକ, ସମସ୍ତ ଶ୍ରଦ୍ଧାଳୁ କର୍ଣ୍ଣାଟକ ଜିଲ୍ଲାର ବୋଲି ଜଣଶପଡିଛି। ଯେଉଁମାନେ ଉତ୍ତରାଖଣ୍ଡ ଦର୍ଶନ ସାରି କାଶୀ ଫେରୁଥିଲେ।

Leave A Reply

Your email address will not be published.