ଦେଶ ବିଦେଶ

ତାଣ୍ଡବ ରଚିଲା ପ୍ରକୃତି, ଝଡତୋଫାନରେ ଭାଙ୍ଗିପଡିଲା ୮୫୬ କୋଟି ଟଙ୍କାର ମୂର୍ତ୍ତି

ପ୍ରକୃତିର ତାଣ୍ଡବ ଆଗରେ ସବୁ ଫିକା । କେତେ ବେଳେ କେଉଁ ରୂପରେ ଆସି ପ୍ରଳୟ ସୃଷ୍ଟି କରେ ତାହା କେହି କହିପାରିବେ ନାହିଁ । ଆଉ ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଯାଇଛି ୮୫୬ କୋଟି ଟଙ୍କାର ପ୍ରୋଜେକ୍ଟ । ପ୍ରବଳ ଝଡତୋଫାନ ଯୋଗୁଁ ଉଜ୍ଜୈନର ମହାକାଳ ଲୋକ୍‌ କରିଡରରେ ସ୍ଥାପିତ ହୋଇଥିବା ୬ଟି ସପ୍ତଋଷିଙ୍କ ମୂର୍ତ୍ତି ଭାଙ୍ଗିରୁଜି ଯାଇଛି । ଫଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିବା ପ୍ରୋଜେକ୍ଟ ବର୍ଷା ପବନରେ ଧୋଇଯାଇଛି । ଗତବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ ।

ଖବର ମୁତାବକ, ରବିବାର ରାତିରେ ହୋଇଥିବା ଝଡ ତୋଫାନରେ ମହାକାଳ ଲୋକରେ ନିର୍ମିତ ସପ୍ତଋିଷି ମୂର୍ତ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଛି । ୮୫୬ କୋଟି ଟଙ୍କାର ପ୍ରୋଜେକ୍ଟରେ ନିର୍ମିତ ମୂର୍ତ୍ତି ଭାଙ୍ଗିରୁଜି ଯାଇଛି । ଅଧିକାଂଶ ମୂର୍ତ୍ତିର ମୁଣ୍ଡ ଏବଂ ହାତ ଭାଙ୍ଗିଯାଇଛି । ୧୦ରୁ ୨୫ ଫୁଟ ଉଚ୍ଚ ମୂର୍ତ୍ତି ନାଲି ପଥର ଏବଂ ଫାଇବର ରେନଫୋର୍ସ ପ୍ଲାଷ୍ଟିକରେ ନିର୍ମିତ । ଏହାକୁ ଗୁଜରାଟ, ଓଡିଶା ଏବଂ ରାଜସ୍ଥାନର ଶ୍ରମିକ କାମ କରିଛନ୍ତି ।

ତେବେ ଏଠାରେ ୧୬୦ ମୂର୍ତ୍ତି ସ୍ଥାପିତ କରାଯାଇଥିଲା । ଏଥିମଧ୍ୟରୁ ସପ୍ତଋିଷଙ୍କ ୬ଟି ମୂର୍ତ୍ତି ଭାଙ୍ଗିଯାଇଛି । ଯାହାର ଉଚ୍ଚତା ୬ ଫୁଟ ରହିଛି । ୧୧ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଉଜ୍ଜୈନର ମହାକାଲେଶ୍ୱର ମନ୍ଦିର ପରିସରରେ ‘ମହାକାଳ ଲୋକ’କୁ ଲୋକାର୍ପଣ କରିଥିଲେ । ଏହାପରେ ଦେଶ ବିଦେଶର ଶ୍ରଦ୍ଧାଳୁ ମହାକାଳ ଦର୍ଶନ କରିବା ପାଇଁ ଆସୁଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା କଲେକ୍ଟର କୁମାର ପୁରୁଷୋତ୍ତମ ଘଟଣାସ୍ଥଳରେ ପହଞ୍ଚି ମୂର୍ତ୍ତିଗୁଡ଼ିକୁ ପୁନ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ଏହି ଘଟଣା କଂଗ୍ରେସକୁ ବିଜେପି ସରକାରଙ୍କୁ ଟାର୍ଗେଟ କରିବାର ସୁଯୋଗ ଦେଇଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏହି ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ ଆଣି ନିର୍ମାଣର ଗୁଣବତ୍ତା ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

12 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

18 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago