ଭୁଶୁଡିଲା ୬ ମହଲା ବିଶିଷ୍ଟ ନିର୍ମାଣାଧିନ ବିଲିଡିଂ, ୬ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର ଭଦ୍ରାଚଳମରେ ୬ ମହଲା ନିର୍ମାଣାଧିନ ବିଲିଡିଂ ଭୁଶୁଡିଛି । ଏହାତଳେ ୬ ଶ୍ରମିକ ଦବିଥିବା ଆଶଙ୍କା କରାଯାଉଛି । ଶ୍ରମିକମାନେ କାମରେ ବ୍ୟସ୍ତ ଥିବା ବେଳେ ବିଲିଡିଂ ଭୁଶୁଡିପଡିଥିଲା । ପୋଲିସ ଏବଂ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି ।
Telangana: A six-storey under-construction building collapsed in Bhadrachalam of Bhadradri Kothagudem district. The police reached the spot and is carrying out an investigation into the incident: Assistant Superintendent of Police, Bhadradri Kothagudem district
— ANI (@ANI) March 26, 2025
ଭଦ୍ରାଚଳମର ପଞ୍ଚାୟନ କାର୍ଯ୍ୟାଳୟ ନିକଟରେ ନିର୍ମାଣାଧିନ ବିଲିଡିଂ ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡି ପଡିଥିଲା । ତେବେ ଏହା ତଳେ ୬ ଶ୍ରମିକ ମୃତ ବୋଲି ଜଣାପଡିଛି । ତେବେ ବିଲିଡିଂର ନିର୍ମାଣ ବିନା କୌଣସି ଅନୁମତିରେ ନିର୍ମାଣ କରାଯାଉଥିଲା । ବିଲିଡିଂର ମାଲିକକ ନାମ ଶ୍ରୀନିବାସ ରାଓ । ସେ ଏବେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସକୁ ଖବର ମିଳିଛି ।
Also Read : ଅମରନାଥ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧୪ରୁ ପ୍ରି-ରେଜିଷ୍ଟ୍ରେସନ ଆରମ୍ଭ