ଉତ୍ତରପ୍ରଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ସନ୍ଧ୍ୟା ୬ଟା ୟାଏଁ ଚାଲିବ ଭୋଟଗ୍ରହଣ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟରେ ଭୋଟଗ୍ରହଣ। ୧୦ ଜିଲ୍ଲାର ୫୭ଟି ଆସନରେ ଚାଲିଛି ମତଦାନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ୟାଏଁ ଚାଲିବ ଭୋଟଗ୍ରହଣ। ଷଷ୍ଠ ପର୍ଯ୍ୟାୟରେ ନିଜେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋରଖପୁରସ୍ଥିତ ଗୋରଖନାଥ କନ୍ୟାନଗର ମତଦାନ କେନ୍ଦ୍ରରେ ଆସି ଭୋଟ ଦେଇଛନ୍ତି।

ଆଜି ଗୋରଖପୁର ଜିଲ୍ଲାର ୯, ଆମ୍ବେଦକର ନଦଗର ଜିଲ୍ଲାର ୫, ବଳରାମପୁର ଜିଲ୍ଲାର ୪ , ସିଦ୍ଧାର୍ଥନଗରର ୫ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ। ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେଉଛି। ମାର୍ଚ୍ଚ ୭ରେ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ୧୦ରେ ବାହାରିବ ରେଜଲ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.