ସମୁଦ୍ର କୂଳରୁ ମିଳିଲା ଜଳପରୀର କଙ୍କାଳ, ଫଟୋ ହେଲା ଭାଇରଲ

ଦୁନିଆରେ ଏମିତି ବହୁତ ଦେଶ ଅଛି ଯେଉଁଠି ମଣିଷ ଏବଂ ଜୀବଜନ୍ତୁ ଛଡା ଅନ୍ୟ କିଛି ବିଶେଷ ପ୍ରଜାତି ପ୍ରାଣି ଜୀବିତ ଅଛନ୍ତି ବୋଲି ମାନ୍ୟତା ଅଛି । କିନ୍ତୁ କେବେ କେହି ଏହାକୁ ଦେଖିବାକୁ ପାଇ ନାହାନ୍ତି, ବହୁତ ଲୋକ ଏହି କଥାଗୁଡିକ ଉପରେ ବିଶ୍ବାସ କରନ୍ତି କିନ୍ତୁ ପ୍ରମାଣ କାହା ପାଖରେ ନାହିଁ । ଆମେ ଜଳପରୀ ଏବଂ ଅନ୍ୟ ବିଚିତ୍ର ପ୍ରାଣୀଙ୍କୁ କେବଳ ବହି ବା କାଟୁନ ରେ ଦେଖିବାକୁ ପାଇଛୁ କିନ୍ତୁ ତାହା କେତେ ସତ୍ଯ ତାହା ଆମକୁ ଅଜଣା।

ୟୁକେର ଲିଭରପୁଲ୍ ସହରର ମର୍ସିସାଇଡ୍ ବେଳାଭୂମିକୁ ପିକନିକ ପାଇଁ ଆସିଥିବା ଏକ ପରିବାରକୁ ଗୋଟିଏ ଜଳପରୀର ମୃତ କଙ୍କାଳ ଦେଖିବାକୁ ପାଇଥିଲେ । ଏହି କଙ୍କାଳର ଫଟୋ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ଯାହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ।

ଏକ ରିପୋର୍ଟ ଅନୁଯାୟୀ, ଜୁନ୍୧ ରେ ୟୁକେରେ ରହୁଥିବା କ୍ରିଷ୍ଟି ଜୋନ୍ସ ନିଜ ପରିବାର ସହିତ ସମୁଦ୍ର କୂଳରେ ପିକନିକ୍ କରିବାକୁ ଯାଇଥିଲେ । ସମସ୍ତେ ସମୁଦ୍ର କୂଳରେ ବୁଲୁଥିବା ବେଳେ ତାଙ୍କ ଆଖି ଏକ ଅଦ୍ଭୁତ ଜିନିଷ ଉପରେ ପଡିଥିଲା । ଯେତେବେଳେ ସେ ପାଖକୁ ଯାଇ ଦେଖିଲେ,ତାହା ହାଡର ଏକ ଅଦ୍ଭୁତ ଗଠନ ଥିଲା । ଏହି କଙ୍କାଳଟି ମନୁଷ୍ୟ ସହିତ ମାଛ ପରି ମଧ୍ୟ ଦେଖାଯାଉଥିଲା | ସେ କହିଥିଲେ ଯେ କଙ୍କାଳର ଉପର ଅଂଶ ଏକ ମଣିଷ ପରି ଓ ତଳ ଅଂଶ ମାଛ ଲାଞ୍ଜ ପରି ହୋଇଥିଲା । ତାହା ଏକ ଜଳ ପରୀର କଙ୍କାଳ ବୋଲି କ୍ରିଷ୍ଟି ଅନୁମାନ କରିଥିଲେ।

ତେବେ ଏହି ଫଟୋ ଭାଇରାଲ ହେବା ପରେ କିଛି ଲୋକ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛନ୍ତି । ଲୋକମାନେ ଜାଣିବାକୁ ଚାହାଁନ୍ତି କି ଜଳପରିର କେବଳ କାହାଣୀର ଉପଲବ୍ଧ ନା ସେଗୁଡ଼ିକ ପ୍ରକୃତରେ ବିଦ୍ୟମାନ ? ଏହି କଙ୍କାଳଟି ମିଳିବା କଥା ଜାଣିବା ପରେ କର୍ତ୍ତୃପକ୍ଷ ଏହାକୁ ନିଜ ଅଧୀନରେ ରଖି ଏହାର ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ତଥାପି ସେମାନେ ବୁଝିପାରୁ ନାହିଁନ୍ତି ଏହା କ’ଣ? ଏକ ସୂତ୍ରରୁ ଜଣାପଡିଛି ଯେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅଧିକାରୀମାନେ ଏହାକୁ ଜଳପରିର କଙ୍କାଳ ଭାବରେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.