ସମୁଦ୍ରରେ ମୁଦି ହଜାଇଥିଲେ ବ୍ୟକ୍ତି, ମାତ୍ର ଏହିପରି ଖୋଜିଆଣିଲା ମାଛ

ମାଛ ଫେରାଇଲା ହଜିଯାଇଥିବା ମୁଦି। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ବ୍ୟକ୍ତିଙ୍କ ହଜିଥିବା ମୁଦି ପାଇବାରେ ମାଛ ସାହାଯ୍ୟ କରିଥିବା ଜଣାଯାଇଛି।
ରିପୋର୍ଟ ମୁତାବକ, ଡେନ୍ ଲେବାଇନ୍ ନାମକ ଜଣେ ୪୪ ବର୍ଷୀୟ ବ୍ୟକ୍ତି କର୍ଣ୍ଣଓ୍ଵାଲ୍ର ପେନ୍ଜାନ୍ସ ସମୁଦ୍ରତଟରେ ଗାଧୋଇବା ବେଳେ ନିଜ ବିବାହ ବେଳର ମୁଦିକୁ ହଜାଇଦେଇଥିଲେ। ଏହା ଜାଣିବା ପରେ ସେ ଖୁବ୍ ଦୁଃଖିତ ହୋଇ ସୋସିଆଲ ମିଡିଆରେ ମୁଦି ହଜିଥିବା ନେଇ ପୋଷ୍ଟ କରିଥିଲେ। କେହି ସହୃଦୟ ବ୍ୟକ୍ତି ମୁଦିର ସନ୍ଧାନ ପାଇଲେ ଫେରାଇଦେବାକୁ ଡେନ୍ ଅନୁରୋଧ କରିଥିଲେ।
ଏହାସହ ପଢ଼ନ୍ତୁ: ପାକ୍ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ବୁଲି ବୁଲି TikTok ଭିଡିଓ କଲେ ମହିଳା, ଭାଇରାଲ ପରେ ଏମିତି କହିଲେ ସରକାର
ତେବେ ଘଟଣାର ୨୪ ଘଣ୍ଟା ପରେ ଗ୍ୟାରୀ ଓ ଇମା ନାମ୍ନୀ ଜଣେ ଦମ୍ପତି ଉକ୍ତ ସମୁଦ୍ର ସହ ସଂଯୋଗ ହୋଇଥିବା ଏକ ସୁଇମିଂପୁଲ ପାଖରେ ଏକ କ୍ଷୁଦ୍ରକଳା ମାଛ ମୁଦି ଚାରିପାଖେ ବୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ପାଖକୁ ଯାଇ ନିରେଖି ଦେଖିବା ବେଳେ ମୁଦିଟି ଡେନ୍ଙ୍କର ବୋଲି ଜାଣିବାକୁ ପାଇଥିଲେ। ପରେ ସେ ଡେନ୍ଙ୍କ ସହ ଯୋଗାଯୋଗ କରି ମୁଦିକୁ ଫେରାଇଥିଲେ।
ଏ ବିଷୟରେ ଡେନ୍ ନିଜ ସୋସିଆଲ ମିଡିଆରେ ସେୟାର କରି ଉଭୟ ଦମ୍ପତି ଓ ଛୋଟ ମାଛକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୁଦି ହଜିଥିବା ନେଇ ସେ ପତ୍ନୀ ଉନାଙ୍କୁ ଜଣାଇଥିଲେ ସେ ଖୁବ୍ ଦୁଃଖିତ ହୋଇଯାଇଥିଲେ। ସେମାନେ ଭାବି ବି ନଥିଲେ ମୁଦିକୁ କେବେ ଫେରିପାଇବେ। ମାତ୍ର ମାଛର ସାହାଯ୍ୟ ଯୋଗୁ ସେମାନେ ମୁଦିକୁ ଫେରିପାଇଛନ୍ତି।