ପାଟନା ଏୟାରପୋର୍ଟ ରନୱେରେ ସାପ ଓ ନେଉଳ ଲଢେଇ, ଭିଡିଓ ଭାଇରଲ

ସାପ ଓ ନେଉଳ ପରସ୍ପରର ଶତ୍ରୁ । ନେଉଳ ସାପକୁ କେବେ ବି ଜୀବନ୍ତ ଛାଡିବାର କୌଣସି ସୁଯୋଗ ଦିଏନି । ଦୁହେଁ ପରସ୍ପରର ଆଜୀବନ ଶତ୍ରୁ । କେବେ ସାପ ନେଉଳକୁ ଆକ୍ରମଣ କରିଥାଏ ତ ଆଉ କେବେ ନେଉଳ ସାପକୁ । ପାଟନା ଏୟାରପୋର୍ଟ ରନୱେରେ ଦେଖିବାକୁ ମିଳିଛି ଏମିତି ଅଜବ ଘଟଣା । ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ପାଟନା ଏୟାରପୋର୍ଟ ରନୱେରେ ସାପ-ନେଉଳ ଲଢେଇ ଦେଖିବାକୁ ମିଳିଛି । ନାଗ ସାପକୁ ଘେରିଲେ ୩ଟି ନେଉଳ । କିଛି ସମୟ ଧରି ଚାଲିଲା ଲଢେଇ । ନା ସାପ ନା ନେଉଳ କେହି ବି ପଛ ଘୁଞ୍ଚା ଦେଉନଥିଲେ। ସାପଟି ଲଗାତାର ନେଉଳକୁ ଡରାଇ ଚାଲୁଥିଲା । ନେଉଳ ସାପ ପିଠିରେ ଚଢିଯାଇଥିଲା । ହେଲେ ପଛକୁ ପଛ ଆଉ ଦୁଇଟି ନେଉଳ ରନୱେ ଉପରକୁ ଆସି ସାପଟିକୁ ଘେରିଯାଇଥିଲେ । ଆଉ ୩ ଜଣ ଏକାସଙ୍ଗେ ସାପ ଉପରେ ଆକ୍ରମଣ କରିଥିଲେ । ୩୭ ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

ପାଟନା ଏୟାରପୋର୍ଟରେ ଏଭଳି ଘଟଣା ଘଟିଛି । ଏୟାର ପୋର୍ଟ କଡରେ ସଂଜୟ ଗାନ୍ଧି ଜୈବିକ ଉଦ୍ୟାନ ରହିଛି । ଅନ୍ୟ ପକ୍ଷରେ ଫୁଲଓ୍ଵାରୀ ରେଳ ଷ୍ଟେସନ ରହିଛି । ପାଟନା ଏୟାରପୋର୍ଟରେ ଲଗାତାର ପକ୍ଷୀଙ୍କୁ ହଟାଇବା ପାଇଁ ହଟାଇବା ପାଇଁ ବାଣ ଫୁଟାଯାଏ । ଏଥିପାଇଁ ପୂର୍ବରୁ ବିମାନ ଅବତରଣ ଏବଂ ଉଡାଣ ଭରିବା ସମୟରେ ସମସ୍ୟା ହୋଇଥାଏ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପାଟନା ଏୟାରପୋର୍ଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମାମଲାରେ ଏୟାରପୋର୍ଟ ଅଥରିଟି ପକ୍ଷରୁ କିଛି ମନ୍ତବ୍ୟ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.