ଦୁଇ ଦିନରେ ୨ ଥର ଦଂଶିଲା ବିଷଧର ସାପ, ମୃତ୍ୟୁକୁ ମାତ୍‌ ଦେଲେ ମହିଳା!

ଗୋରଖପୁରର ଜଣେ ମହିଳାଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେନି। ମହିଳାଙ୍କୁ ଦୁଇ ଦିନରେ ଦୁଇଥର ଏକ ବିଷଧର ସାପ ଦଂଶନ କରିଥିଲା। କିନ୍ତୁ ଦୁଇଥର ଯାକ ମହିଳା ଜଣକ ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଯାଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି।

ଖରହରଓ୍ଵା ଗାଁର ରାମରତୀ ଗୁରୁବାର ଘରେ କାମ କରୁଥିବା ବେଳେ ହଠାତ୍‌ ଏକ ବିଷଧର ସାପ ଆସି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଚିକିତ୍ସା ପରେ ମହିଳା ଜଣକ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ଦୁଇଦିନ ପରେ ଅର୍ଥାତ୍‌ ଶନିବାର ରାମରତୀ ପୁଣିଥରେ ସାପ ଆକ୍ରମଣର ଶିକାର ହୋଇଥିଲେ। ଘରେ ଥିବା ବେଳେ ରାମରତୀଙ୍କ ଆଉ ଏକ ଗୋଡ଼କୁ ସାପ ଦଂଶନ କରିଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଣି ଚିକିତ୍ସା କରାଯାଇଥିଲା। ଆଶ୍ଚର୍ଯ୍ୟର କଥା, ଏଥର ବି ରୋଗୀ ବିପଦରୁ ମୁକ୍ତ ବୋଲି ଡାକ୍ତର କହିଥିଲେ।

ଏହାସହ ପଢ଼ନ୍ତୁ: କେବେ ଆପଣ ଭାବିଛନ୍ତି କି, ଟ୍ରେନ୍‌ ଇଞ୍ଜିନ୍‌ କେତେ ମାଇଲେଜ୍‌ ଦେଇଥାଏ? ଜାଣିଲେ ଉଡ଼ିଯିବ ହୋସ୍‌!

ଏହି ଅଜବ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଅଞ୍ଚଳବାସୀ ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କହୁଛନ୍ତି। ଗାଁର ମୁଖିଆ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ରାମରତୀଙ୍କ ଘରୁ ସାପ ବାହାର କରିବା ପାଇଁ ପରିବାର ଲୋକେ ଲାଗିପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.