ଦେଶ ବିଦେଶ

ଗଣମାଧ୍ୟମକୁ ସମ୍ବୋଧନ କରୁଥିବା ବେଳେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଶିଆସିଲା ସାପ: ଦେଖନ୍ତୁ ଭିଡିଓ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପାଦ ତଳେ ସାପ । ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଭୂପେଶ ବାଘେଲଙ୍କ ପାଖକୁ ପଶିଆସିଥିଲା ସାପ। ପାଖରେ ଥିବା ଲୋକ ଭୟଭୀତ ହୋଇଯାଇଥିଲେ । କିନ୍ତୁ ସାପକୁ ନ ମାରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ।

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଳାସପୁର ଗସ୍ତରେ ଥିବା ବେଳେ ଜୈନ ଇଣ୍ଟରନ୍ୟାସନାଲ ସ୍କୁଲ ପଡିଆରେ ଗଣମାଧ୍ୟମକୁ ସମ୍ବୋଧନ କରୁଥିଲେ । ଠିକ୍‌ ଏହି ସମୟରେ ବାଘେଲଙ୍କ ପାଖକୁ ଚାଲିଆସିଥିଲା ଏକ ସାପ। ପାଖରେ ଥିବା କର୍ମୀମାନେ ଭୟଭୀତ ହୋଇଯାଇଥିଲେ। ମାତ୍ର ବାଘେଲ ସାପକୁ ନମାରିବାକୁ ଅନୁରୋଧ କରିଥିଲେ। ଛୋଟବେଳେ ଏହି ସାପକୁ ପକେଟରେ ପୂରାଇ ବୁଲୁଥିବା କହି ହସିଥିଲେ ବାଘେଲ । ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଏହାପରେ ସାପ ଧରାଳି ରାଜା କୁମାର କହିଥିଲେ, ଏହି ସାପ ବିଷାକ୍ତ ନୁହେଁ । ଏହି ଷ୍ଟ୍ରିପିଡ କିଲ ବ୍ୟାକ୍‌ ସ୍ନେକ ନାମରେ ଜଣାଶୁଣା । ଏହି ସାପ ଅଶ୍ୱତ୍ଥ, ନଡିଆ, ବର ଗଛରେ ରହିଥାଏ ।

Swagatika

Recent Posts

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

7 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

16 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

37 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

38 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

1 hour ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

1 hour ago