ଦେଶ ବିଦେଶ

ମଝି ଆକାଶରେ ବିମାନରୁ ବାହାରିଲା ସାପ, ଭାଇରାଲ ହେଉଛି ଛାତି ଥରା ଭିଡିଓ

ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ଫ୍ଲାଇଟ୍‌ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର ଏସିଆର ଫ୍ଲାଇଟ୍‌ ନମ୍ବର AK ୫୭୪୮ କ୍ୱାଲାଲମ୍‌ପୁରରୁ ତବାଉକୁ ଉଡ଼ାଣ ଭରୁଥିଲା। ବିମାନଟି ଆକାଶରେ ଥିବା ବେଳେ ଉପର ଲଗେଜ୍‌ ୱେ ପାଖରେ ଏକ ସାପ ନଜର ଆସିଥିଲା। ଏହା ପରେ ଫ୍ଲାଇଟ୍‌ରେ ଲୋକେ ଡରିଯାଇ ଚିତ୍କାର କରିଥିଲେ। ଏ ନେଇ ପାଇଲଟ୍‌ ଜାଣିବା ପରେ ବିମାନର ଜରୁରୀକାଳୀନ ଅବତରଣ କରାଇଥିଲେ।

ବିମାନର ପାଇଲଟ୍‌ ହାନା ମୋହସିନ୍‌ ଖାନ୍‌ ଟ୍ଵିଟରରେ ବିମାନର ଓଭର ହେଡ୍‌ ବ୍ୟାଗେଜ୍‌ ଏରିଆ ପାଖରେ ସାପଟି ଚାଲୁଥିବା ବେଳର ଏକ ଭିଡିଓ ସେୟାର କରିଛନ୍ତି। ସାପ କୌଣସି ଯାତ୍ରୀଙ୍କ ପାଳିତ ବୋଲି କୁହାଯାଉଛି। ସାପଟି ବ୍ୟାଗ୍‌ରେ ଥିବା ବେଳେ କେମିତି କେଜାଣି ବାହାରକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି କିମ୍ବା ସାପଟି ଭୂମିରୁ ବିମାନକୁ ଚଢ଼ିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି।

ତେବେ ସାପ ଦେଖିବା ପରେ ବିମାନକୁ ପୁଣିଥରେ ଲ୍ୟାଣ୍ଡିଂ କରିବା ଏକ ବୁଦ୍ଧିମାନର କାମ ବୋଲି ଏଭିଏସନ୍‌ କମ୍ପାନୀର ମୁଖ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago