ବଢୁଥିବା ତାପମାତ୍ରା ଯୋଗୁଁ ଓମ ପର୍ବତରୁ ବରଫ ଗାଏବ, ଦିଶୁଛି ଖାଲି କଳା ପାହାଡ

ଉତ୍ତରାଖଣ୍ଡର ପିଥୋରାଗଡରେ ଥିବା ଓମ ପର୍ବତ ବରଫ ତରଳିଯାଇଛି । ବରଫ ତରଳିବା ଯୋଗୁଁ ଓଁ ଶବ୍ଦ ସଂପୂର୍ଣ୍ଣ ଭାବେ ଗାଏବ ହୋଇଯାଇଛି । ବରଫ ପାହାଡ ଏବେ କେବଳ କଳା ପାହାଡ ଦେଖାଯାଉଛି । ଏହି ପର୍ବତ ୫୯୦୦ ମିଟର ଅର୍ଥାତ୍‌ ୧୯୩୫୬ ଫୁଟ ଉଚ୍ଚ । ଏବେ ଏଭଳି ଘଟଣା ଦେଖି ସ୍ଥାନୀ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ପରିବେଶବିତ୍‌ କୁଣ୍ଡଳ ସିଂ କହିଛନ୍ତି, ପିଥୋରାଗଡ ଜିଲ୍ଲାରେ ଚୀନ ସୀମା ପାଖରେ ନାଭିଡାଙ୍ଗରୁ ଓମ ପର୍ବତର ଭବ୍ୟ ଏବଂ ଦିବ୍ୟ ଦର୍ଶନ ଦେଖିବାକୁ ମିଳିଥିଲା । ତେବେ ଏଠାରେ ବର୍ତ୍ତମାନର ତାପମାତ୍ରା ବଢୁଥିବାରୁ ହିମାଳୟ କ୍ଷେତ୍ରରେ ବରଫ ଦ୍ରୁତଗତିରେ ତରଳୁଛି । ତେଣୁ ବରଫ ଗାଏବ ହୋଇଯାଇଛି । ହିମାଳୟର ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ହିମାଳୟରେ ଲଗାତାର ହେଉଥିବା ନିର୍ମାଣକାର୍ଯ୍ୟ, ବଢୁଥିବା ତାପମାତ୍ରା ଏବଂ ମଣିଷ ହସ୍ତକ୍ଷେପ ଏହି ଘଟଣାର କାରଣ ବୋଲି କୁହାଯାଉଛି ।

ଏହା ଭବିଷ୍ୟତ ପାଇଁ ଚେତାବନୀ । ବୈଜ୍ଞାନିକ ଏହି ବିଷୟରେ ବିଶ୍ଲେଷଣ କରିବା ଉଚିତ । ତେଣୁ ସମୟ ପୂର୍ବରୁ ହିମାଳୟ ବରଫକୁ ରକ୍ଷା କରାଯାଇପାରିବ । ପିଥୋରାଗଡରେ ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଚାଲିଛି । ପର୍ଯ୍ୟଟନ ଯୋଗୁଁ ଏଠାରେ ଭିଡ ବଢିଲାଣି । ତେଣୁ ଜଳବାୟୁ ପରିବର୍ତ୍ତନ ହେଉଛି ।

ଯଦି ଦେଶର ତାପମାତ୍ର ଆଉ ମାତ୍ର ୩ ଡିଗ୍ରୀ ବଢିଯାଏ, ତେବେ ୯୦ ପ୍ରତିଶତ ହିମାଳୟ ବର୍ଷକରେ ଶୁଖିଯିବ । ଏକ ରିସର୍ଚ୍ଚରୁ ଏହି ଖୁଲାସା ହୋଇଛି । ଯାହାର ସବୁଠାରୁ ଅଧିକ ପ୍ରଭାବ ଭାରତର ହିମାଳୟ ଅଞ୍ଚଳରେ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like