ଜମ୍ମୁ କଶ୍ମୀରରେ ପ୍ରବଳ ତୁଷାରପାତ, ଗାଡି ସହିତ ଖସୁଛନ୍ତି ଲୋକ : ଭିଡିଓ ଭାଇରଲ
ଜମ୍ମୁ କଶ୍ମୀରର ଅଧିକାଂଶ ଜିଲ୍ଲାରେ ଏବେ ପ୍ରବଳ ତୁଷାରପାତ ହେଉଛି । ତୁଷାରପାତ ଦେଖିବାକୁ ଅନେକ ଲୋକ କଶ୍ମୀର ପହଞ୍ଚିଥିବା ବେଳେ ଅନେକ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି । ତୁଷାରପାତ ଯୋଗୁଁ ରାସ୍ତାରେ ଗାଡି ଖସିବା ଘଟଣା ବଢିଯାଇଛି । ଫଳରେ ଦୁର୍ଘଟଣା ହେବାର ଅଧିକ ଦେଖାଯାଉଛି । ତେଣୁ ପ୍ରଶାସନ ଅନେକ ରାସ୍ତରେ ଯାତାୟତ ବନ୍ଦ ରଖିଛି ।
ଜମ୍ମୁ କଶ୍ମୀରର ବଡଗାମରେ ପର୍ଯ୍ୟଟକ ରାସ୍ତାରେ ଗାଡି ନେଇ ଯିବାଆସିବା କରିବା ପାଇଁ ସଂଘର୍ଷ କରୁଛନ୍ତି । ତୁଷାରପାତ ଯୋଗୁଁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ କଶ୍ମୀର ପହଞ୍ଚିଥିଲେ । କିନ୍ତୁ ଅନେକ ପର୍ଯ୍ୟଟକଙ୍କ ଗାଡି ବରଫରେ ଫସିଛି । ଏହି କାରଣରୁ ଅନେକ ସମସ୍ୟା ଭୋଗୁଛନ୍ତି ଯାତ୍ରୀ । ରାସ୍ତାରେ ବରଫ ପଡିଥିବା ଯୋଗୁଁ ଗାଡି ଖସୁଛି । ଏହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
🚨🚨 Jammu and Kashmir experienced heavy snowfall on Sunday. Snowflakes pouring since early morning have led to slippery road conditions. Vehicles struggled to pass on skitty road spots like Gulmarg and Doodhpathri. #Kashmir #Snowfall #Weather pic.twitter.com/CvMSOnCYSr
— Story (@storyhil) December 8, 2024
ଭିଡିଓରେ ଦେଖିବାକୁ ମିଳିଛି କି, ଗାଡି ଟାୟାର ଖସିବା ଯୋଗୁଁ ମଧ୍ୟ ଲୋକମାନେ ମଧ୍ୟ ଖସୁଥିବାର ନଜର ଆସିଛନ୍ତି । ଜମ୍ମୁ କଶ୍ମୀରର ବାରମୁଳା, ଗୁଲମାର୍ଗ, ପୁଞ୍ଛର ସୋପିୟାଁ, ଜୋଜିଲା, କୁପୱାଡା ଅଞ୍ଚଳରେ ତୁଷାରପାତ ଯୋଗୁଁ ରାସ୍ତାରେ ବରଫ ଜମିଛି । ଲୋକମାନେ ଯିବାଆସିବା କରିବାରେ ସମସ୍ୟା ଭୋଗୁଛନ୍ତି । ଜମ୍ମୁର ତାପମାତ୍ରା ସାମାନ୍ୟ ଠାରୁ ୧୦ ଡିଗ୍ରୀ କମ୍ ରହିଛି । ରାତିରେ ୦ ଡିଗ୍ରୀ ତାମପାତ୍ରା ଯୋଗୁଁ ପ୍ରବଳ ଶୀତ ପଡୁଛି ।
ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ପାରଦ କମ ରହିଛି । ୧୨ ଡିସେମ୍ବର ପର୍ଯ୍ୟନ୍ତ ହାଲୁକା ବର୍ଷା ସହିତ ତୁଷାରପାତ ମଧ୍ୟ ହେବ ।