ପରିବାର ସହ ମିଶାଇ ଦେଲା ସୋସିଆଲ ମିଡିଆ, ୯ ବର୍ଷ ତଳେ ହଜିଥିଲା ଝିଅ

ନୂଆଦିଲ୍ଲୀ : ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଆନ୍ଧେରି ୱେଷ୍ଟର ଅଟେ, ଯେଉଁଠାରେ ଜାନୁଆରୀ ୨୨, ୨୦୧୩ ରେ ନିଖୋଜ ହୋଇଯାଇଥିବା ଜଣେ ସାତ ବର୍ଷର ଝିଅ ନଅ ବର୍ଷ ପରେ ଉକ୍ତ ଅଞ୍ଚଳରୁ ମିଳିଛି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ତାଙ୍କ ପରିବାର ଲୋକଙ୍କୁ ଖୋଜିଥିଲେ । ପୋଲିସର ସୂଚନାନୁସାରେ, ଯେତେବେଳେ ପୂଜା ନିଖୋଜ ହୋଇଯାଇଥିଲେ, ସେତେବେଳେ ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା, ତେଣୁ ସେ କିଛି ମନେ ରଖିନଥିଲେ । ଏବେ ସେହି ଝିଅଟି ୧୬ ବର୍ଷର ହୋଇଯାଇଛି । ନାବାଳିକାକୁ ଜଣେ ଦମ୍ପତ୍ତି ଅପହରଣ କରିନେଇଥିଲେ । କାରଣ ତାଙ୍କର କୌଣସି ସନ୍ତାନ ନଥିଲା । ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀଙ୍କୁ ଗିରଫ କରାଯାଇଛି ।

ପୂଜା ନିଖୋଜ ନାମରେ ସୋସିଆଲ ମିଡିଆରେ ଖୋଜୁଥିବାବେଳେ ଦିନେ ସେ ଏକ ପୋଷ୍ଟର ପାଇଲେ ଯାହା ତାଙ୍କର ଫଟୋ ରଖାଯାଇଥିଲା। ସେହି ପୋଷ୍ଟରରେ ପାଞ୍ଚଟି ଫୋନ୍ ନମ୍ବର ଥିଲା । ଯେତେବେଳେ ପୂଜା ସେହି ନମ୍ବରଗୁଡ଼ିକୁ ଡାଏଲ କରିବା ଆରମ୍ଭ କଲେ, ସେମାନଙ୍କ ମଧ୍ୟରୁ 4 ଟି ସୁଇଚ୍ ଅଫ୍ ହୋଇଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଗୋଟିଏ ନମ୍ବର ଯାହାକି ତାଙ୍କ ପରିବାରର ପଡ଼ୋଶୀ ରାଫିକ୍ଙ୍କର ଥିଲା, ସେ ବିଷୟରେ ଆଲୋଚନା କରାଯାଇଥିଲା। ପୂଜା ରାଫିକ୍ଙ୍କ ସହ କଥା ହୋଇ ନିଜ ବିଷୟରେ କହିଥିଲେ। ତା’ପରେ ରାଫିକ୍ ଭିଡିଓ କଲ୍ ମାଧ୍ୟମରେ କଥା ହୋଇ ତାଙ୍କୁ ଚିହ୍ନିଥିଲେ ଏବଂ ତାଙ୍କ ମାଙ୍କୁ ମଧ୍ୟ ତାଙ୍କ ସହ କଥା ହେବାକୁ କହିଥିଲେ। ମା ମଧ୍ୟ ତୁରନ୍ତ ତାଙ୍କ ଝିଅକୁ ଚିହ୍ନିଥିଲେ।

ନାବାଳିକାକୁ ଖୋଜିବା ପାଇଁ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ରାଜେନ୍ଦ୍ର ଢୋଣ୍ଡୁ ବୋସଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେତେବେଳେ ସେ ଡିଏନ ନଗର ଥାନାରେ ଥିଲେ ସେତେବେଳେ ୭ ବର୍ଷିୟ ପୂଜାର ନିଖୋଜ ମାମଲା ଆସିଥିଲା । ଏହି କେସର ଦାୟିତ୍ୱରେ ଥିଲେ ରାଜେନ୍ଦ୍ର । ପୂଜାଙ୍କୁ ଖୋଜିବାରେ ସେ ପୂରା ଦମ ଲଗାଇ ଦେଇଥିଲେ, ହେଲେ କିଛି ଫଳ ମିଳିନଥିଲା । ଅବସର ନେବାର ୭ ବର୍ଷ ଯାଏଁ ମଧ୍ୟ ସେ ଖୋଜାଖୋଜି ଜାରି ରଖିଥିଲେ । ଏଭଳି ପରିସ୍ଥିତିରେ ଡିଏନ୍ ନାଗର ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ପରେ ପୂଜାଙ୍କୁ ତାଙ୍କ ପ୍ରକୃତ ପରିବାର ସହିତ ମିଳିତ କରିବାକୁ ପୋଲିସ ଏକ ଟିମ୍ ପଠାଇଥିଲା। ଏଥିସହ ପୂଜାକୁ ଅପହରଣ କରିଥିବା ସ୍ୱାମୀ, ସ୍ତ୍ରୀଙ୍କୁଙ୍କୁ ପୋଲିସ ଗିରଫ କରିଛି। ପୋଲିସ୍ ଷ୍ଟେସନର ବରିଷ୍ଠ ପି ମିଲିନ୍ଦ କୁର୍ଡେ କହିଛନ୍ତି ଯେ ଏହି ମାମଲାରେ ସେକ୍ସନ୍ -363, 365, 370, 374 ଅନୁଯାୟୀ ଏକ ମାମଲା ରୁଜୁ କରି ସ୍ୱାମୀ, ସ୍ତ୍ରୀଙ୍କୁ ମଧ୍ୟ ଅଭିଯୁକ୍ତ କରିଛନ୍ତି

ସେ ତାଙ୍କ କ୍ୟାରିୟରରେ ୧୬୬ ନିଖୋଜ ନାବାଳିକାଙ୍କ ମଧ୍ୟରୁ ୧୬୫ଙ୍କୁ ଖୋଜି ବାହାର କରିଥିଲେ । ହେଲେ ୧୬୬ରେ ଥିବା ନାବାଳିକା ପୂଜାର ଖୋଜ ଖବର ସେ ପାଇନଥିଲେ । ହେଲେ ଗତ ଗୁରୁବାର ସେ ଦିନ ପୂରା ହୋଇଥିଲା, ଆଉ ଶେଷରେ ପୂଜାର ପତ୍ତା ମିଳିଥିଲା । ପୂଜା ଫେରିବା ପରେ ତାଙ୍କ ମା କାନ୍ଦି ପକାଇଥିଲେ । ଆଉ ରାଜେନ୍ଦ୍ରଙ୍କୁ ଫୋନ କରି କହିଥିଲେ ମୋ ପୂଜା ମିଳିଗଲା । ଏହି କଥାକୁ ସେ ବାରମ୍ବାର ଫୋନରେ ଦୋହରାଇଥିଲେ । ଆଉ ଖବର ପାଇଁ ରାଜେନ୍ଦ୍ର ମଧ୍ୟ ଭାବୁକ ହୋଇଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.