ସୋସିଆଲ ମିଡ଼ିଆର ଦୁରୁପଯୋଗ ରୋକିବା ପାଇଁ ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶନାମା

ସୋସିଆଲ ମିଡ଼ିଆ ବିଭିନ୍ନ ମାଧ୍ୟମରେ ବ୍ୟବହାରକରୀଙ୍କ ପାଇଁ କିଛିଟା ଉପଯୋଗୀ ହୋଇପାରିଥିବା ବେଳେ କିନ୍ତୁ ସରକାର ଓ ସୁରକ୍ଷା ଏଜେନ୍ସି ମାନଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ସୋସିଆଲ ମିଡିଆ କାରଣରୁ କେବଳ ଭାରତ ସହ ପୃଥିବୀର ଅନ୍ୟାନ ବଡ ବଡ ଦେଶ ମାନଙ୍କରେ ଦଙ୍ଗା ମଧ୍ୟ ହେଉଛି । ଏହାର ଦୁରୁପଯୋଗକୁ ରୋକିବା ପାଇଁ ଏଯାବତ ବହୁ ଚେଷ୍ଟା ହୋଇସାରିଥିଲେ ମଧ୍ୟ ସେପରି କୌଣସି ସୁଫଳ ମିଳିପାରିନାହିଁ । ଏକ ମାମଲାର ଶୁଣାଣି ବେଳେ ମାନ୍ୟବର ସୁପ୍ରିମ କୋର୍ଟ ମଙ୍ଗଳବାର ସରକାରଙ୍କ ଉପରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହ ଉଚ୍ଚତମ ନ୍ୟାୟଳୟ ଆସନ୍ତା ୩ ମାସ ଭିତରେ ନିଜ ଶପଥ ପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଏ ଦିଗରେ କଣ କଣ ପଦକ୍ଷେପ ମାନ ନିଆଯିବ ତାହା ଏହି ଶପଥ ପାଠରେ ସ୍ପଷ୍ଟ କରନ୍ତୁ ।

ଏହା ସହ କୋର୍ଟ କହିଛନ୍ତି କି ଏମିତି ଗାଇଡ଼ ଲାଇନ ପ୍ରସ୍ତୁତ କରାଯିବା ଉଚିତ ଯାହା ଅନଲାଇନ ଦ୍ୱାରା ହେଉ ଥିବା ଅପରାଧ ମାନଙ୍କୁ ରୋକିପାରିବା ସହ ପ୍ରକୃତ ଦୋଷୀକୁ ମଧ୍ୟ ଠାବ କରାଯାଇ ପାରିବ । ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ଯୋଗୁଁ ଦେଖା ଯାଉଛି ଯେ ନିଜର କିଛି ବ୍ୟକ୍ତିଗତ ତଥ୍ୟ ଗୁଡିକୁ ସୁରକ୍ଷିତ ରଖା ଯାଇପାରୁନାହିଁ । ମାନ୍ୟବର କୋର୍ଟ ଏହା ମଧ୍ୟ କହିଛନ୍ତି କି ଆମ ମାନଙ୍କୁ ପୁଣି ଥରେ ସ୍ମାର୍ଟ ଫୋନ ଛାଡି ଫିଚର ଫୋନର ବ୍ୟବହାର ଆରମ୍ଭ କରିଦେବା ଉଚିତ । ଅନ୍ୟ ପକ୍ଷରେ ପ୍ରଶ୍ନ ଉଠୁଛି ଯେ ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଆଉ କଣ ସେତେଟା ସମ୍ଭବ ହୋଇପାରିବ । ଆଇଟି ବିଭାଗର ଇଂଜିନିୟର ରକ୍ଷିତ ଟଣ୍ଡନ ମଧ୍ୟ କହିଛନ୍ତି ଭାରତରେ ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଆଉ ସେତେଟା ସମ୍ଭବ ହୋଇପାରିବ ନାହିଁ ।

ଏହା ସହ ପଢନ୍ତୁ;

ଜାଣନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଏ ଏହି ବାଳକ, ଯିଏ ମୋଦି ଏବଂ ଟ୍ରମ୍ପଙ୍କ ସହିତ ନେଇଥିଲେ ସେଲ୍ଫି

ଫେସବୁକ,ଗୁଗୁଲ,ଇଷ୍ଟଗ୍ରାମ, ହ୍ଵାଟ୍ସଆପ ପରି ସଂସ୍ଥା ଗୁଡିକ ଯେ ପର୍ଯ୍ୟନ୍ତ ସପୋର୍ଟ କରି ନାହାନ୍ତି ସେ ପର୍ଯ୍ୟନ୍ତ ପ୍ରକୃତ ଅରିଜିନେଟର (ଜାଲ ମେସେଜ ପୋଷ୍ଟ କାରି)ଙ୍କ ବିଷୟରେ ଜଣାଯାଇପାରିବ ନାହିଁ । ଅବଶ୍ୟ ଟଣ୍ଡନ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାଖରେ ବହୁ ଆଇନ ଅଛି ଯାହା ଦ୍ୱାରା ସେ ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମରୁ ବିଭିନ୍ନ ତଥ୍ୟ ପାଇହେବ । ସୋସିଆଲ ମିଡ଼ିଆ ଗୁଡିକର ଅଧିକାଂଶ କାର୍ଯ୍ୟଳୟ ଆମେରିକାରେ ହିଁ ଅଛି । ଆଉ ଜଣେ ଆଇଟି ଏକ୍ସପର୍ଟ ମୁକେଶ ଗୋୟଲ କହିଛନ୍ତି ଯେ କେବଳ ମିଡ଼ିଆ ପ୍ଲାଟ ଫର୍ମ ନୁହେଁ ଇଣ୍ଟରନେଟ ପ୍ରୋଭାଇଡର ବି ଏଥି ପାଇଁ ମଧ୍ୟ ଦାୟୀ କରିଛନ୍ତି ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

18 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

23 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago