ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ଏବେ ଲୋକମାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ପ୍ରବଳ । ସେଥିପାଇଁ ରିଲ୍‌ ତିଆରି ଆରମ୍ଭ କରିଛନ୍ତି ଲୋକମାନେ । କିନ୍ତୁ ଅନେକ ଥର ଦେଖାଯାଏ ଯେ ରିଲ୍ ବନାଇବା ନିଶାରେ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମିତି ହିଁ ଏକ ତାଜା ମାମଲା ମେକ୍ସିକୋରୁ ଆସିଛି । ଯାହାକୁ ଦେଖିବା ପରେ ଲୋକଙ୍କ ଲୋମ ଟାଙ୍କୁରୀ ଉଠୁଛି ।

ଭିଡିଓରେ ଦେଖାଯାଉଛି ଯେ ଭିଡିଓ ଏବଂ ସେଲଫି ନେଇ ରେଳ ଟ୍ରାକ୍ ନିକଟରେ ବହୁ ସଂଖ୍ୟକ ଲୋକ ଏଠାରେ ଠିଆ ହୋଇଛନ୍ତି । ଟ୍ରାକର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ଲୋକମାନେ ଟ୍ରେନକୁ ଅପେକ୍ଷା କରିଛନ୍ତି ଏବଂ ଫୋନ୍ ବାହାର କରି ଭିଡିଓ କରୁଛନ୍ତି ।

ଏହି ସମୟରେ ଜଣେ ମହିଳା ନିଜ ପିଲା ସହିତ ଟ୍ରାକ ନିକଟରେ ପହଞ୍ଚିଥିଲେ । ଆପଣ ଭିଡିଓରେ ଦେଖିଥିବେ, ଆଖିରେ କଳା ଚଷମା ପିନ୍ଧିଥିବା ଜଣେ ମହିଳା ଟ୍ରାକ୍ ନିକଟକୁ ଯାଇଥିଲେ । ସେ ରିଲ୍ ଏବଂ ଭିଡିଓ ତିଆରି କରିବା ନିଶାରେ ଏତେ ମସଗୁଲ ହୋଇଯାଇଥିଲେ ଯେ କେତେବଳେ ଯେ ଟ୍ରାକ ପାଖକୁ ପଳାଇଲେ ଜାଣି ପାରିଲେନି ।

ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ତାଙ୍କ ମୁଣ୍ଡରେ ଜୋରରେ ମାଡ ହେଇଥିଲା । ଯାହାପରେ ସେ ତଳେ ପଡ଼ିଯାଇଥିଲେ । ସେଠାରେ ଛିଡା ହୋଇଥିବା ଅନ୍ୟ ଲୋକମାନେ ମହିଳାଙ୍କୁ ଉଠାଇବାକୁ ଦୌଡ଼ିଲେ, କିନ୍ତୁ ମହିଳା ଜଣକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିସାରିଥିଲେ । ମୃତ୍ୟୁର ଏହି ଲାଇଭ୍ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓକୁ ଦେଖି ଲୋକମାନେ ନିଜର ପ୍ରତିକ୍ରୀୟା ଦେବାରେ ଲାଗିଛନ୍ତି ।

ସତରେ ଏ ରିଲ୍‌ ଆଉ ସେଲଫି ନିଶା ପାଇଁ କେତେ ଯେ ଜୀବନ ଗଲାଣି ତାର ହିସାବ ନାହିଁ । ତଥାପି ଲୋକମାନେ ସୁଧୁରି ନାହାଁନ୍ତି । ପ୍ରତ୍ୟେକ ଦିନ ଏହି କାରଣରୁ ଜୀବନ ଯାଉଛି ହେଲେ ଚେତୁ ନାହାଁନ୍ତି ଲୋକେ । ରିଲ ଆଉ ସେଲଫି ନିଶା ଏତେ ପାଗଳ କରିଦେଇଛି ଯେ ଲୋକମାନେ ଜାଣିପାରୁନାହାଁନ୍ତି ସେ କଣ ଭୁଲ କରୁଛନ୍ତି କଣ ଠିକ୍‌ କରୁଛନ୍ତି । ତେଣୁ ଆପଣ ଏଥିପ୍ରତି ବେଶ୍‌ ସତର୍କ ରୁହନ୍ତୁ । ଜୀବନ ବହୁତ ମୂଲ୍ୟବାନ୍‌ । ସାମାନ୍ୟ ଟିକକ ଖୁସି ପାଇଁ ଜୀବନକୁ ଏମିତି ବାଜି ଲଗାନ୍ତୁନାହିଁ ।

You might also like