ପତ୍ନୀ ଏବଂ ୮ ବର୍ଷର ପୁଅକୁ ଗଳା ଚାପି ହତ୍ୟା କରିବା ପରେ ନିଜେ ସୁଇସାଇଡ କଲେ ଆଇଟି ଇଂଜିନିୟର

ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଜୀବନ ହାରିଲେ ପୁନେର ଆଇଟି ଇଂଜିନିୟର । ପ୍ଲାଷ୍ଟିକ ଜରିରେ ସ୍ତ୍ରୀ ଓ ୮ ବର୍ଷର ପୁଅର ଜୀବନ ନେଲେ ୪୪ ବର୍ଷୀୟ ସଫ୍ଟୱେର ଇଂଜିନିୟର ।

ପତ୍ନୀ ଏବଂ ପୁଅକୁ ଗଳା ଚାପି ହତ୍ୟା କରିବା ପରେ ନିଜେ ସୁଇସାଇଡ କଲେ ଆଇଟି ଇଂଜିନିୟର । ଘଟଣାସ୍ଥଳରେ ପୋଲିସ କୌଣସି ସୁଇସାଇଡ ନୋଟ ଜବତ କରିନାହିଁ । ଚାକିରି ଛାଡି ନିଜେ ବ୍ୟବସାୟ କରିଥିବା ବ୍ୟକ୍ତି ଜଣକ ସୁଇସାଇଡ କ’ଣ ପାଇଁ କରିଛନ୍ତି, ତାହାର ଯାଞ୍ଚ ପୋଲିସ କରୁଛି ।

ଖବର ମୁତାବକ, ପତ୍ନୀ ଏବଂ ୮ ବର୍ଷର ପୁଅକୁ ପ୍ଲାଷ୍ଟିକ ପଲିଥିନ ଜରି ମୁହଁକୁ ଗୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ଯୁବ ଆଇଟି ଇଂଜିନିୟର । ତେବେ ଆର୍ଥିକ ସମସ୍ୟା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।

ପୁନେ ସହରର ଆନ୍ଧେ ଅଞ୍ଚଳରେ ରହୁଥିବା ୪୪ ବର୍ଷୀୟ ସଫ୍ଟୱେର ଇଂଜିନିୟର ଏବଂ ତାଙ୍କ ପତ୍ନୀ ଓ ପୁଅଙ୍କ ମୃତଦେହ ଫ୍ଲାଟରୁ ମିଳିଛି । ଚତୁଶୃଙ୍ଗୀ ପୋଲିସ ଥାନାର ଅଧିକାରୀ ଜଣକ କହିଛନ୍ତି, ଯୁବକ ଜଣକ ପ୍ରଥମେ ପତ୍ନୀ ଏବଂ ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି । ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି । ମୃତକ ଇଂଜିନିୟରଙ୍କ ନାମ ସୁଦୀପ୍ତୋ ଗାଙ୍ଗୁଲି, ପତ୍ନୀ ପ୍ରିୟଙ୍କା ଏବଂ ପୁଅ ତନିଷ୍କ ବୋଲି ଜଣାପଡିଛି ।

ତେବେ ପୋଲିସକୁ ଘଟଣାସ୍ଥଳରେ କୌଣସି ସୁଇସାଇଡ ନୋଟ ମିଳିନାହିଁ । ତେବେ ଏହାର ପ୍ରାଥମିକ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.