ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ । ପରେଡ୍ କଲା ଭଳି ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନ୍ସ ଏବଂ ନେପଚୁନ ମହାକାଶରେ ଗୋଟିଏ ସରଳରେଖାରେ ହେବେ ଦୃଶ୍ୟମାନ । ଯେତେବେଳେ ସବୁ ଗ୍ରହ ସୂର୍ଯ୍ୟର ଗୋଟିଏ ପାର୍ଶ୍ଵରେ ଏକାଠି ହୁଅନ୍ତି, ସେତେବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ତେବେ ଜୁନ୍ ୩ ରାତିରେ ଏବଂ ୪ ଜୁନ୍ ସକାଳରେ ଆକାଶରେ ଦେଖିହେବ ଏହି ଦୁର୍ଲଭ ଦୃଶ୍ୟ ।
ପୂରା ସପ୍ତାହ ବ୍ୟାପୀ ଏହି ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଦେଖିବାକୁ ମିଳିବ ଏହି ମହାଜାଗତିକ ଦୃଶ୍ୟ । ପୃଥିବୀ ପୃଷ୍ଠରୁ ଖାଲି ଆଖିରେ ମଧ୍ୟ ଦେଖି ହେବ। ପ୍ଲାନେଟ ପରେଡ୍ କୁ କେମିତି ଉପଭୋଗ କରିହେବ, ସେ ନେଇ ଟିପସ ଦେଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଦକ୍ଷିଣରେ ଥିବା ଦେଶ ଗୁଡିକରେ ଏହି ଦୁର୍ଲଭ ଦୃଶ୍ୟ ଦେଖିବା ଟିକେ ସହଜ ହେବ।
ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, କିନ୍ତୁ ଏହି ଦୃଶ୍ୟ କେତେକ ଦେଶରେ ସ୍ପଷ୍ଟ ଦେଖାଯିବ । ଯାହାକୁ ନାସା ଲାଇଭ୍ ଦେଖାଇବ ସୂର୍ଯ୍ୟୋଦୟ ହେବାର କିଛି ମିନିଟ୍ ପୂର୍ବରୁ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ୍ ଏବଂ ୟୁରାନ୍ସ ଧାଡ଼ିରେ ରହିବେ । କିନ୍ତୁ ଏହି ସମସ୍ତ ଗ୍ରହ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ । ଏହି ମହାଜାଗତିକ ଦୃଶ୍ୟକୁ ଦେଖିବାକୁ ବାଇନୋକୁଲାର ବ୍ୟବହାର କରିବାକୁ ପଡିବ ।
ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ଏହି ୬ଟି ଗ୍ରହ ସୂର୍ଯ୍ୟଙ୍କ ନିକଟତର ହେବେ । କେବଳ ବୁଧ ଗ୍ରହକୁ ଦେଖିପାରିବେ । ଯଦି ଆକାଶ ସ୍ୱଚ୍ଛ ରହିବ ତେବେ ୩ଟି ଗ୍ରହ ସୂର୍ଯ୍ୟୋଦୟ ପୂର୍ବରୁ ଖାଲି ଆଖିରେ ଦୃଶ୍ୟମାନ ହୋଇପାରନ୍ତି । ଏଥିରେ ମଙ୍ଗଳ ଅନ୍ତର୍ଭୁକ୍ତ, ଯାହା ଏକ ଉଜ୍ଜ୍ୱଳ କମଳା ଆଲୋକ ପରି ଦେଖାଯିବ । ଶନି ହଳଦିଆ ରଙ୍ଗରେ ଦେଖାଯିବ ।
ରିପୋର୍ଟ ଅନୁଯାୟୀ, ଆକାଶ ସ୍ୱଚ୍ଛ ଥିଲେ ସମସ୍ତ ୬ ଟି ଗ୍ରହ ପୂର୍ବ ଦିଗରେ ଏକ ଧାଡ଼ିରେ ଦୃଶ୍ୟମାନ ହୋଇପାରିବେ। ପ୍ରକୃତରେ ଗ୍ରହଗୁଡିକ ସଂପୂର୍ଣ୍ଣ ରୂପେ ଏକ ସିଧା ଲାଇନରେ ରହିବେ ନାହିଁ। ସେମାନେ ୧୫ ଡିଗ୍ରୀ କୋଣରେ ଦେଖାଯିବେ । ସେହିପରି ଆସନ୍ତା ଅଗଷ୍ଟ ୨୮ରେ ବି ଦେଖିବାକୁ ମିଳିବ ଏହି ମହାଜାଗତିକ ଦୃଶ୍ୟ । ବୁଧ, ମଙ୍ଗଳ, ବୃହସ୍ପତି, ୟୁରେନ୍ସ, ନେପଚୁନ୍ ଏବଂ ଶନି ଆକାଶରେ ଗୋଟିଏ ଧାଡିରେ ରହିବେ ।