ମହାକୁମ୍ଭରେ ସ୍ନାନ ପୂର୍ବରୁ ଚାଲିଗଲା ସୈନିକ ପରିବାରର ଜୀବନ, କାର ଦୁର୍ଘଟଣାରେ ୪ ମୃତ

ପ୍ରୟାଗରାଜରେ ବୁଡ଼ ପକାଇବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ପରିବାର ଲୋକଙ୍କ ଜୀବନ । ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି । ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଖବର ମୁତାବକ, ବିହାରର ଭୋଜପୁର ଜିଲ୍ଲା ଶାହପୁର ଥାନା ଅଞ୍ଚଳରେ ରତନପୁର ଗାଁରେ ରହୁଥିବା ସୈନିକ ପରିବାର ପ୍ରୟାଗରାଜରେ ହେଉଥିବା କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ନିଜ ଗାଡିରେ ଯାଉଥିବା ବେଳେ ଦୁର୍ଘଟଣାରେ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ପରିବାରର ୪ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ଜଣେ ଗୁରୁତର ରହିଛନ୍ତି । ବାରଣାସୀରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣାରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି । ତାଙ୍କୁ ବାରଣାସୀର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ଚାଲିଛି ।
ତେବେ ମୃତକଙ୍କ ପରିଚୟ ମିଳିଛି । ସେ ଲେହରେ ସୈନିକ ଭାବେ ନିୟୋଜିତ ରହିଛନ୍ତି । ମୃତକ ଶିବାଜୀଙ୍କ ଝିଅ, ଭଣଜା, ପତ୍ନୀ ସାମିଲ ରହିଛନ୍ତି । କାରରେ ୫ ଜଣ ଥିଲେ ।
ସୂଚାନଯୋଗ୍ୟ, ଲକ୍ଷ୍ନୌରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯିବା ସହ ୭ ଜଣ ଆହତ ହୋଇଥିଲେ । କିଶାନ ପାଥ ମାଟି ଗାଁ ନିକଟରେ ଇନୋଭା ଓ ମାରୁତି ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦେଢ ଘଣ୍ଟାର ପରିଶ୍ରମ ପରେ ଗୋମତୀ ନଗର, ଇନ୍ଦିରା ନଗର ଫାୟାର ଷ୍ଟେସନ କର୍ମଚାରୀ ଓ ପୋଲିସ ଟିମ ମିଶି କାରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା ।
ମାଟି ଗାଁ ନିକଟରେ ଇନୋଭା ଡ୍ରାଇଭର ଆଗକୁ ଯାଉଥିବା ଟ୍ରକକୁ ଅତିକ୍ରମ କରୁଥିଲା । ଏହି ସମୟରେ ପଛପଟୁ ଏକ ମାରୁତି ଭ୍ୟାନକୁ ଟ୍ରକ ଧକ୍କା ଦେଇଥିଲା । ଏହାପରେ ଉଭୟ ମାରୁତି ଓ ଇନୋଭା ଟ୍ରକ ଭିତରେ ଚାପି ହୋଇଯାଇଥିଲେ । ଏହି ଘଟଣାରେ ମା ଏବଂ ପୁଅକୁ ମିଶାଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।
Also Read : ମହାକୁମ୍ଭ ମେଳା ଅଗ୍ନିକାଣ୍ଡ : ଜଳିଗଲା ୧୮୦ କଟେଜ, ୫ ବାଇକ୍ ସହିତ ଲକ୍ଷାଧିକ ଟଙ୍କା