ଅସହାୟ ମହିଳାଙ୍କୁ କାନ୍ଧରେ ବୋହି ହସ୍ପିଟାଲ ଆଣିଲେ ଯବାନ !

ଛତିଶଗଡ଼ : ପାଖାପାଖି ୪୦ କିଲୋମଟିର ଚାଲି ଚାଲି ହସ୍ପିଟାଲରେ ଅସୁସ୍ଥ ମହିଳାଙ୍କୁ ଭର୍ତ୍ତି କରିଥିଲେ ଆଇଟିବିପି ଯବାନ । ଛତିଶଗଡ଼ରେ ଏହି ଘଟଣା ଘଟିଛି । ଜଗଦଲପୁର ଅନ୍ତର୍ଗତ ଗୋଣ୍ଡାଗାଓଁକୁ ରାଉଣ୍ଡରେ ଯାଇଥିଲେ ଆଇଟିବିପି ଯବାନ। ଏତିକିବେଳେ ସେମାନେ ଦେଖିଥିଲେ ଗାଁର ସୁରିନ୍ଦର କ୍ଷତ୍ରି ନାମକ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଚାଲିବାକୁ ସାମର୍ଥ୍ୟ ନଥିଲା । କାରଣ କିଛି ଦିନ ତଳେ ସେ ଶିଶୁକୁ ଜନ୍ମ ଦେଇଥିଲେ । ପ୍ରବଳ ଜ୍ୱର ଓ ରକ୍ତସ୍ରାବ ଯୋଗୁ ଗୁରୁତର ହୋଇ ପଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ।

ଗାଁକୁ ଆସିବା ପାଇଁ ପାଦ ଚଲା ରାସ୍ତା କାଦୁ ପଚପଚ ହୋଇ ପଡ଼ିଥିଲା । ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ଶେଷରେ ଯବାନମାନେ ସହାୟତାର ହାତ ବଢ଼ାଇଥିଲେ । ମାନବିକତାର ପରିଚୟ ଦେଇଥିଲେ ଆଇଟିବିପି ଯବାନ । କାନ୍ଧରେ ମହିଳାଙ୍କୁ ବୋହି ନାଳ ପାର ହୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଏହି ଘଟଣା ପରେ ଯବାନଙ୍କ କାର୍ୟ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.