ଦେଶ ବିଦେଶ

ଭାରତୀୟ କିମ୍ବଦନ୍ତୀ ଖେଳାଳୀଙ୍କ କିଛି ଅଜଣା ତଥ୍ୟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ନୂଆଦିଲ୍ଲୀ :  ଭାରତରେ ପ୍ରତ୍ୟେକ ଖେଳାଳୀଙ୍କ କିମ୍ବଦନ୍ତୀ ରହିଛି । ଆମ ଦେଶ ପାଇଁ ଏମାନେ ଗୈାରବ । ଖେଳରେ ସେମାନଙ୍କର କୃତିତ୍ତ୍ୱ ଆମ ଇତିହାସର ପୃଷ୍ଟା ମଣ୍ଡନ କରିଛି । ଯାହା ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା ଯୋଗାଇବ । ତେବେ ଏହି କିମ୍ବଦନ୍ତୀ ଖେଳାଳୀଙ୍କ ବିଷୟରେ ଏମିତି ଅନେକ ତଥ୍ୟ ଅଛି ଯାହା କ୍ୱଚିତ୍‌ ଲୋକ ଜାଣିଥିବେ । ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ କିଛି ତଥ୍ୟ ଯାହା ଆମ ଦେଶକୁ ଗୈାରବାନ୍ଵିତ୍ୱ କରିଛି ।

୧. ସଚ୍ଚିନ ତେନ୍ଦୁଲକର ପାକିସ୍ଥାନ ପାଇଁ ଥରେ ଫିଲ୍ଡିଂ କରିଥିଲେ

୧୯୮୭ର ଏକ ଟେଷ୍ଟ ସିରିଜ୍‌ରେ ଭାରତ ଓ ପାକିସ୍ଥାନ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳୁଥିଲେ । ଏଠାରେ ଇମ୍ରାନଙ୍କ ଟିମ୍‌ ଫିଲ୍ଡିଂ କରୁଥିଲେ । ତାଙ୍କର ଜଣେ ଖେଳାଳୀ ଅଭାବ ହେବାରୁ ସଚ୍ଚିନ ତେନ୍ଦୁଲକରଙ୍କୁ ଫିଲ୍ଡିଂରେ ନେଇଥିଲେ । ସଚ୍ଚିନ ସେତେବେଳେ ମାତ୍ର ୧୩ ବର୍ଷ ବୟସର ହୋଇଥିଲେ ।

୨. ପି.ଟି ଉଷା ମାତ୍ର ୨୫୦ ଟଙ୍କା ବୃତ୍ତିରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ

ପି ଟି ଉଷା ପିଲା ବେଳେ ଦାରିଦ୍ର୍ୟ ଦେଇ ଗତି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହୁଥିଲା । କିନ୍ତୁ ତାଙ୍କର ଜ୍ଞାନ ପାଇଁ ତାଙ୍କୁ ମାସକୁ ୨୫୦ ଟଙ୍କା ବୃତ୍ତି ମଳୁଥିଲା । ସେ ୨୫୦

ଟଙ୍କା ବୃତ୍ତିରେ କେରଳର କନୁର ସ୍ପୋଟ୍‌ର୍ସ ହଷ୍ଟେଲରେ ରହି ପଢ଼ୁଥିଲେ । ସେହିଠାରୁ ତାଙ୍କର ଖେଳ କ୍ୟାରିଅର ଆରମ୍ଭ ହେଲା । ସେ ଭାରତର ଦୈାଡ଼ ରାଣୀ ଉପାଧୀ ପାଇଲେ ।

୩. ସୁନିଲ୍‌ ଗାଭାସ୍କର ୧୯୯୨-୯୩ ହିନ୍ଦୁ-ମୁସ୍‌ଲିମ୍‌ ଦଙ୍ଗା ବେଳେ ଗୋଟିଏ ପରିବାରର ଜୀବନ ରକ୍ଷା କରିଥିଲେ

ଟ୍ୟାକ୍ସିରେ ବସିଥିବା ଏକ ପରିବାରକୁ ଦଙ୍ଗାକାରୀମାନେ ଘେରି ଯାଇଥିବା ଗାଭାସ୍କର ତାଙ୍କ ଘର ଝରକାରୁ ଦେଖିଲେ । ସେ ସ୍ତ୍ରୀଙ୍କୁ ପୋଲିସକୁ ଡାକିବାକୁ କହି ସଙ୍ଗେ ସଙ୍ଗେ ତଳକୁ ଦୈାଡ଼ି ଗଲେ ଏବଂ କାର୍‌ ଓ ଦଙ୍ଗାକାରୀଙ୍କ ମଝିରେ ଠିଆ ହୋଇଗଲେ । ଦଙ୍ଗାକାରୀଙ୍କୁ କହିଲେ ସେମାନଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ ମୋତେ ହତ୍ୟା କର । ଫଳରେ ଦଙ୍ଗାକାରୀମାନେ ଛାଡ଼ି ପଳାଇ ଥିଲେ ।

୪. ଅଷ୍ଟ୍ରିଆରେ ଥିବା ମେଜର ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁର ୪ ହାତରେ ୪ ହକି ଷ୍ଟିକ୍‌ ଥିବା ଦେଖାଯାଇଛି

ହକିର କୁହୁକ କୁହାଯାଉଥିବା ଭାରତର ହକି ଖେଳାଳୀ ଧ୍ୟାନ୍‌ ଚାନ୍ଦଙ୍କୁ ଅଷ୍ଟ୍ରିଆ ଦେଶବାସୀ ବଡ଼ ସମ୍ମାନ ଦେଇଛନ୍ତି । ତାଙ୍କ ସ୍ମୃତିରେ ଅଷ୍ଟ୍ରିଆରେ ଧ୍ୟାନ ଚାନ୍ଦ୍‌ଙ୍କର ଏକ ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି । ସେଥିରେ ଧ୍ୟାନ ଚାନ୍ଦ୍‌ ୪ ହାତରେ ୪ ହକି ଷ୍ଟିକ୍‌ ଧରିଛନ୍ତି । ଯାହାକି ହକି ଉପରେ ତାଙ୍କର ଉତ୍କର୍ଷତା ପ୍ରତିପାଦନ କରୁଛି ।

୫. ମିଲ୍‌ଖା ସିଂହଙ୍କୁ ପାକିସ୍ଥାନ ରାଷ୍ଟ୍ରପତି ‘ଫ୍ଲାଇଙ୍ଗ୍‌ ଶିଖ୍‌’ ଉପାଧୀରେ ଭୁଷିତ କରିଥିଲେ

୧୯୬୦ରେ ପାକିସ୍ଥାନରେ ଆୟୋଜିତ ହୋଇଥିବା କ୍ରୀଡ଼ାରେ ଭାରତୀୟ ରନ୍‌ର ମିଲ୍‌ଖା ସିଂହ ଭାଗ ନେବାକୁ ନାହିଁ କରି ଦେଇଥିଲେ । କାରଣ ଦେଶ ବିଭାଜନ ବେଳେ ସେଠାରେ ତାଙ୍କର ପିତା ମାତାଙ୍କୁ ହତ୍ୟା କରାଯାଇଥିଲା । ଭାରତର ସମ୍ମାନ ପାଇଁ ଶେଷରେ ସେଠାରେ ସେ ଭାଗ ନେଇଥିଲେ । ସେ କ୍ରୀଡ଼ାରେ ମିଲ୍‌ଖା ପାକିସ୍ତାନର ପ୍ରତିପକ୍ଷ ଅବ୍‌ଦୁଲ୍‌ ଖଲିକ୍‌ଙ୍କୁ ହରାଇ ଦେଇଥିଲେ । ସେଥିରେ ମିଲ୍‌ଖା ଏପରି ଦୈାଡ଼ି ଥିଲେ ଯେ ପାକିସ୍ତାନର ରାଷ୍ଟ୍ରପତି ତାଙ୍କୁ କହିଥିଲେ ‘ମିଲ୍‌ଖା ତୁମେ ଦୈାଡ଼ୁ ନଥିଲ, ଉଡ଼ୁଥିଲ । ଏହି କ୍ରୀଡ଼ାରେ ମିଲ୍‌ଖାଙ୍କୁ ରାଷ୍ଟ୍ରପତି ‘ଫ୍ଲାଇଙ୍ଗ୍‌ ଶିଖ୍‌’ ଉପାଧୀରେ ଭୁସୀତ କରିଥିଲେ ।

Niharanjan

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

6 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

43 mins ago