ହୋଇପାରୁନି ଟ୍ଵିଟର ଲଗ ଇନ୍! ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ

କେନ୍ୟୁଜ୍: ନିରାଶ କଲା ଟ୍ଵିଟର । ଟ୍ଵିଟର ଲଗ ଇନ କରିପାରୁନାହାନ୍ତି କିଛି ୟୁଜର୍ସ । ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ । ବ୍ୟସ୍ତ ନହୋଇ ଆଉ ଥରେ ଚେଷ୍ଟା କରିବାକୁ ଟ୍ଵିଟର ପେଜ୍‌ରେ ଲେଖାଥିବା ଦେଖିବାକୁ ମିଳୁଛି। ଏହି ଅସୁବିଧା କେବଳ ୱେବ ୟୁଜର୍ସଙ୍କୁ ସାମ୍ନା କରିବାକୁ ପଡୁଛି। ଆପ ୟୁଜର୍ସ ଟ୍ଵିଟର ବ୍ୟବହାର କରିପାରୁଛନ୍ତି। ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନି।

ଏପଟେ ଏଲନ ମସ୍କଙ୍କ ନୂଆ ଝଟକା । ଟ୍ଵିଟରରେ କର୍ମଚାରୀ ଛଟେଇ ଆରମ୍ଭ । ଚାକିରୀ ଅଛି କି ନାହିଁ ଆଜି ଟ୍ଵିଟର କର୍ମଚାରୀଙ୍କୁ ଯିବ ମେଲ୍‌ । ଟ୍ଵିଟର ଅଧିଗ୍ରହଣ କରିବା ପରେ ଏଲନ ମସ୍କ ସିଇଓ ପରାଗ ଅଗ୍ରଓ୍ଵାଲ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ । ଏବେ କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏଲନ ମସ୍କ । ପ୍ରାୟ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ।ଶୁକ୍ରବାର ଅଫିସ ଆସିବେ କି ନାହିଁ ମେଲ୍‌ରେ ସୂଚନା ଦିଆଯିବ ବୋଲି ଗତକାଲି କର୍ମଚାରୀଙ୍କୁ ମେଲ୍‌ ଦ୍ୱାରା ସୂଚନା ଦିଆଯାଇଥିଲା । ଆଜି ଅଫିସ ଆସିବାକୁ କର୍ମଚାରୀଙ୍କୁ ମନା କରାଯାଇଛି । ଅଫିସରେ ଥିଲେ କିମ୍ବା ରାସ୍ତାରେ ଥିଲେ ଘରକୁ ଫେରି ଯାଅ ବୋଲି କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.