‘ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ସଲମାନ…’, କହିଲେ ପୂର୍ବତନ ପ୍ରେମିକା ସୋମି

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କ ଜୀବନ ପଛରେ ବର୍ଷ ବର୍ଷରୁ ପଡ଼ିଛନ୍ତି ଗ୍ୟାଙ୍ଗଷ୍ଟାର୍‌ ଲରେନ୍ସ ବିଷ୍ଣୋଇ । ଗ୍ୟାଙ୍ଗଷ୍ଟାର୍‌ଙ୍କ ତରଫରୁ ଲଗାତାର ଅଭିନେତାଙ୍କୁ ଧମକ ଆସୁଛି । ଏବେ ଏହି ମାମଲାରେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସୋମି ଅଲୀ ଆଗକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଇନ୍‌ଷ୍ଟା ପୋଷ୍ଟରେ ଲରେନ୍ସଙ୍କ ସହ ଜୁମ୍‌ କଲ୍‌ରେ କଥା ହେବାକୁ ଚାହିଁଛନ୍ତି ।

ସୋମି ଅଲୀ କହିଛନ୍ତି, ଲରେନ୍ସଙ୍କ ସହ କଥା ହୋଇ ସେ ଶାନ୍ତିର ପଦକ୍ଷେପ ଏବଂ କ୍ଷମା ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ପାରସ୍ପରିକ ବୁଝାମଣା ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରି ସେ ଅହିଂସାର କଥା କହିଛନ୍ତି ।

ସୋମି ଅଲୀ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସଲମାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ୍‌ । ଲରେନ୍ସଙ୍କ ସହ ବାର୍ତ୍ତାଳାପର ସଲମାନଙ୍କ ସହିତ ତାଙ୍କ ଅତୀତର କୌଣସି ସମ୍ପର୍କ ନାହିଁ । ଏହି କଥାବାର୍ତ୍ତାର ଉଦ୍ଦେଶ୍ୟ ହେଉଛି ଶାନ୍ତିକୁ ପ୍ରୋତ୍ସାହନ ଦେବା । ଖାସ୍‌ କରି, ନ୍ୟାୟ ଏବଂ ପରିବେଶ ସମ୍ବନ୍ଧରେ ବିଷ୍ଣୋଇ ସମ୍ପ୍ରଦାୟ ଏହି ଜିନିଷକୁ ବହୁତ ମାନନ୍ତି । ପୂର୍ବରୁ ମଧ୍ୟ ସଲମାନଙ୍କ ତରଫରୁ ବିଷ୍ଣୋଇ ସମ୍ପ୍ରଦାୟକୁ ସେ କ୍ଷମା ମାଗିଛନ୍ତି ।

ସୋମି କହିଛନ୍ତି, ମୁଁ ପ୍ରାୟତଃ ସେମାନଙ୍କ ମନ୍ଦିର ଯାଇ ପ୍ରାର୍ଥନା କରେ । ଶାନ୍ତି ଆଣିବା ମୋର ଲକ୍ଷ୍ୟ । ଏହି ମାମଲା ସହ ଜଡ଼ିତ ଲୋକମାନେ ଅତୀତର ସେମାନଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିବା ଉଚିତ୍‌ ।

ସଲମାନଙ୍କୁ ମିଳୁଥିବା ଧମକ ଉପରେ ସେ କହିଛନ୍ତି ଯେ ଜଣାନାହିଁ, ଏହି କାରଣରୁ ସଲମାନଙ୍କ ଉପରେ ବ୍ୟକ୍ତିଗତ ଭାବେ କ’ଣ ଫରକ୍‌ ପଡ଼ିଥିବ, କିନ୍ତୁ ଧମକ ଚିନ୍ତାଜନକ ହୋଇଥାଏ । ମୁଁ ଭାବୁଛି, ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା କୌଣସି ବି ଝଗଡ଼ାର ସମାଧାନର ସର୍ବୋତ୍ତମ ଉପାୟ । ଏହାଦ୍ୱାରା ଭବିଷ୍ୟତରେ ହେବାକୁ ଥିବା ହିଂସାକୁ ମଧ୍ୟ ରୋକାଯାଇ ପାରିବ ।

You might also like