ଶାଶୁ-ଜ୍ବାଇଁଙ୍କ ପ୍ରେମର ହେଲା ‘Happy Ending’ , ରାହୁଲଙ୍କ ଘରକୁ ବୋହୂ ହୋଇଗଲା ଶାଶୁ ସପନା

ଉତ୍ତର ପ୍ରଦେଶ ଆଲିଗଡରେ ଚର୍ଚ୍ଚା ଧରିଥିବା ଶାଶୁ ଜ୍ବାଇଁଙ୍କ ପ୍ରେମରେ ଆସିଲା ଆଉ ଏକ ନୂଆ ଟ୍ବିଷ୍ଟ । ଜ୍ବାଇଁ ଘରକୁ ବୋହୂ ହୋଇଗଲା ଶାଶୁ । ଶାଶୁ ସପନା ଏବଂ ଜ୍ବାଇଁ ରାହୁଲଙ୍କ ପ୍ରେମ କାହାଣୀ ଏବେ ବାଟରେ ପଡି ହାଟରେ ଗଡୁଛି । ତାଙ୍କ ପ୍ରେମ ଏକ ଭିନ୍ନ ମୋଡର ରୂପ ନେଇଛି । କିଛି ଦିନ ପୂର୍ବରୁ ଶାଶୁ ଜ୍ବାଇଁ ଫେରାର ହୋଇ ପୁଣି ଫେରିଥିଲେ ସତ କିନ୍ତୁ ଦୁହେଁ ଦୁହିଁଙ୍କଠାରୁ ଅଲଗା ହେବାକୁ ପ୍ରସ୍ତୁତ ନାହାଁନ୍ତି । ପ୍ରେମ କୌଣସି ବୟସ ଦେଖେନି ବୋଲି ଆମେ ଶୁଣିଥିଲୁ କିନ୍ତୁ ଆଜି ତାହା ପ୍ରମାଣ ସ୍ବରୂପ ଦେଖିବାକୁ ମିଳୁଛି । ଏବେ ସମସ୍ତଙ୍କ ମୁହଁରେ ଶାଶୁ-ଜ୍ବାଇଁଙ୍କ ପ୍ରେମ କାହାଣୀ ।

ଏପ୍ରିଲ ୬ ତାରିଖରେ ଉଭୟେ ଘର ଛାଡି ଚାଲିଯାଇଥିଲେ । ତାଙ୍କର ଫଟୋ ଭାଇରଲ ହେବା ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ପୋଲିସ ଏବଂ ପରିବାର ଲୋକ ଅନେକ କହିବା ପରେ ମଧ୍ୟ ଉଭୟେ ସାଙ୍ଗ ହୋଇ ରହିବେ ବୋଲି ଜିଦ୍ ଧରିଥିଲେ । ସମସ୍ତ ପ୍ରଚେଷ୍ଟା ବିଫଳ ହେବା ପରେ ପୋଲିସ ରାହୁଲ ସହ ସପନାଙ୍କୁ ପଠାଇଦେଇଛି ।

ସୂଚନାନୁଯାୟୀ ସପନାଙ୍କୁ ତାଙ୍କ ୩ପିଲା ଘରକୁ ଫେରିଆସିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପିଲାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସପନା କହିଛନ୍ତି । ତାଙ୍କ ସ୍ବାମୀ ମଧ୍ୟ ସପନାଙ୍କୁ ଗ୍ରହଣ କରିବାକୁ ରାଜି ଅଛନ୍ତି । ହେଲେ ସପନା ତାଙ୍କ ସ୍ବାମୀଙ୍କ ପାଖରେ ନୁହେଁ ବରଂ ରାହୁଲଙ୍କ ସହିତ ସେ ରହିବେ ବୋଲି ଶପଥ ନେଇଛନ୍ତି । ଦୁହେଁ କୋର୍ଟ ମ୍ୟାରେଜ କରିବେ । ଯାହାଫଳରେ ପୋଲିସର କାଉନସିଲିଂ, ପିଲା, ସ୍ବାମୀଙ୍କ କାନ୍ଦ ବା ସାହି ପଡ଼ିଶାଙ୍କ ନିନ୍ଦା ତାଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଲା । ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଯାହା ସାମାଜକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇଦେଇଛି ।

ବର୍ତ୍ତମାନ ସପନାଙ୍କ ଝିଅ ଅନିତାର ଅବସ୍ଥା ଖରାପ ଅଛି । ଝିଅଟି ତା’ ମାଆର ଏପରି କାର୍ଯ୍ୟରେ ରାଗିଗଲା ଏବଂ ପୋଲିସ ଷ୍ଟେସନକୁ ଯାଇ ତା’ ମାଆକୁ ଗାଳି ଦେଲା । ଏହା ବ୍ୟତୀତ ସପନାଙ୍କ ସ୍ବାମୀ ଜିତେନ୍ଦ୍ର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ୩ଲକ୍ଷ ନଗଦ ଟଙ୍କା ଏବଂ ୫ଲକ୍ଷ ଟଙ୍କାର ଅଳଙ୍କାର ନେଇ ଚାଲିଯାଇଛନ୍ତି । ତାଙ୍କ ଘରୁ ସପନା ଏବଂ ରାହୁଲଙ୍କ ଫୋନ ସେ ପାଇଛନ୍ତି ତାହା ତାଙ୍କୁ ଫେରାଇ ଦେବା ଉଚିତ୍ ବୋଲି ମନେକରିଛନ୍ତି । ଯାହାକୁ ନେଇ ତଦନ୍ତ ଜାରି କରାଯିବ ବୋଲି ପୋଲିସ କହିଛି ।

ଅନ୍ୟପଟେ ରାହୁଲଙ୍କ ଉପରେ ତାଙ୍କ ବାପା ରାଗିଛନ୍ତି । ଏହା ମଧ୍ୟ କହିଛନ୍ତି ରାହୁଲଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କୁ ଅପମାନ ସହିବାକୁ ପଡୁଛି । ତାଙ୍କ ସହ କୌଣସି ସମ୍ପର୍କ ମଧ୍ୟ ନାହିଁ । ତେଣୁ ସେ ତାଙ୍କୁ ଘରେ ପଶିବାକୁ ଅନୁମତି ଦେବେନାହିଁ ।

Also Read : ଭାଇରଲ ହୋଇଯାଇଥିଲେ ବୋଲି ଫେରିଆସିଲେ ଶାଶୁ ଜ୍ୱାଇଁ, ଥାନାରେ କଲେ ଆତ୍ମସମର୍ପଣ