ମହାରାଷ୍ଟ୍ର: ଜେଲ୍‌ରୁ ବାହାରି ଜ୍ୱାଇଁ ନିଜ ଶାଶୁକୁ କଲା ବିଭତ୍ସ ହତ୍ୟା, ଗୁପ୍ତାଙ୍ଗରେ ପୂରାଇ ଦେଲା ବାଉଁଶ; କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇର ଭିଲେ ପାର୍ଲେରୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି କି, ଏଠାରେ ଜଣେ ଜ୍ୱାଇଁ ନିଜ ଶାଶୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଉଁଶ ପୂରାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଛି।

ପୋଲିସ ସୂଚନା ମୁତାବକ, ସେ ଶାଶୁଙ୍କ ମୁଣ୍ଡକୁ ଟାଇଲ୍‌ ଓ ଛୁରିରେ ଆକ୍ରମଣ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଏକ ବାଉଁଶ ପୂରାଇ ଦେଇଥିଲେ। ଏପରି କି, ତାଙ୍କ ଆଭ୍ୟନ୍ତରୀଣ ଅଙ୍ଗକୁ ବି ବାହାର କରି ଦେଇଥିଲେ। ଏ ନେଇ ପୋଲିସ ଆଇପିସି ଧାରା ୩୭୭(ଅପ୍ରାକୃତିକ ଅପରାଧ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଘଟଣା ଘଟିଛି ଭିଲେ ପାର୍ଲେ(ପୂର୍ବ)ରେ। ଏଠାରେ ମହିଳା ଜଣକ ନିଜ ଝିଅ ସହିତ ରହୁଥିଲେ। ସେପଟେ ଅଭିଯୁକ୍ତ ଜ୍ୱାଇଁ ୩ ବର୍ଷ ଧରି ଏକ ଚେନ୍‌ ଲୁଟ୍‌ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ବେଳେ ୧ ସେପ୍ଟେମ୍ବରରେ ଜେଲ୍‌ରୁ ବାହାରିଥିଲେ। ଜେଲ୍‌ରୁ ମୁକ୍ତି ପାଇବା ପରେ ପ୍ରଥମେ ସେ ନିଜ ସ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚି ଜାଣିଲେ ଯେ ତାଙ୍କ ସ୍ତ୍ରୀ ଆଉ କାହାକୁ ବାହା ହୋଇଯାଇଛନ୍ତି ଏବଂ ସେ ଏବେ ଗର୍ଭବତୀ ଅଛନ୍ତି।

ଏହା ଜାଣିବା ପରେ ଅଭିଯୁକ୍ତ ନିଜ ସ୍ତ୍ରୀଙ୍କୁ ତାଙ୍କ ନୂଆ ସ୍ୱାମୀଙ୍କୁ ତୁରନ୍ତ ଛାଡ଼ିବା ପାଇଁ କହିଥିଲେ। ଯଦିଓ ସେ ଯେତେବେଳେ ତାଙ୍କୁ ଭେଟିବା ପାଇଁ ଯାଇଥିଲେ, ତ ସେ ସେହି ଜାଗା ଛାଡ଼ି ଚାଲି ଯାଇଥିଲେ। ଏହାପରେ ଅଭିଯୁକ୍ତ ନିଜ ଶାଶୁଙ୍କଠାରୁ ତାଙ୍କ ସ୍ତ୍ରୀଙ୍କ ଠିକଣା ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ କୌଣସି ବି ସୂଚନା ଦେବାକୁ ମନା କରି ଦେଇଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ତାଙ୍କ ସହିତ ମାରପିଟ କରିଥିଲେ ଏବଂ ଛୁରିରେ ଆକ୍ରମଣ କରିଥିଲେ। ଘଟଣାର ଦିନକ ପରେ ପୋଲିସ ତାଙ୍କୁ ପୁଣେରୁ ଗିରଫ କରିଥିଲା।