ମଦ ନିଶାରେ ବାପକୁ ହତ୍ୟା କଲା ପୁଅ, ମାରଣାସ୍ତ୍ରରେ କଲା ଆକ୍ରମଣ

ମୁମ୍ବାଇ ବାନ୍ଦ୍ରାରୁ ଆସିଲା ଲଜ୍ୟାଜନକ ଘଟଣା । ପାରିବାରିକ ଜୀବନକୁ ନେଇ କଳହ ସୃଷ୍ଟି । ପରେ ମଦ ନିଶାରେ ବାପାକୁ ହତ୍ୟା କଲା ପୁଅ । ଶନିବାର ଦିନ ଏପରି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୁଅକୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନାନୁଯାୟୀ, ମୁମ୍ବାଇର ବାଲ୍ମୀକି ନଗରରେ ବାପ-ପୁଅ ରହୁଥଲେ । ଘଟଣା ଦିନ ସେମାନେ ମଦ ପିଇ ଆସିଥିଲେ । ଶନିବାର ରାତିରେ ସେମାନଙ୍କ ମଧ୍ୟରେ କୌଣସି ଘରୋଇ କଥାକୁ ନେଇ ବାପ-ପୁଅଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା । ପୁଅ ନରସିମା ମୁଗୋଡା ଅତ୍ୟଧିକ ରାଗି ଯାଇ ବାପକୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ପରେ ବାପ ରକ୍ତରେ ପୁଅ ଜୁଡୁବୁଡୁ ହୋଇଯାଇଥିଲା । ଆକ୍ରମଣରେ ବାପର ପ୍ରାଣବାୟୁ ଉଡିଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁମ୍ତକୁ ଗିରଫ କରିଛି । ନିଜ ହେପାଜତକୁ ନେବା ପରେ ପୋଲସି ଅଭିଯୁକ୍ତ ପୁଅକୁ କୋର୍ଟ ଚାଲଣ କରିଛି । ଏହା ବ୍ୟତୀତ ପୋଲିସ ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ଚାଲୁ ରଖିଛି ।
Also Read : ପୋଖରୀ ନେଲା ୩ ଶିଶୁଙ୍କ ଜୀବନ, ଗାଁ ରେ ଖେଳିଗଲା ଦୁଃଖର ଲହରୀ