ଶକୁନ୍ତଳାର ଶରୀର ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା ସଞ୍ଜୟ, ମା’ ସାଥ୍‌ ନ ଦେବାରୁ ନେଇଗଲା ଜୀବନ

ପ୍ରେମ କରୁଥିବା ଲୋକକୁ ସବୁ କିଛି ରଙ୍ଗୀନ୍‌ ଲାଗେ। ପ୍ରେମିକାକୁ ପାଇବାକୁ ପ୍ରେମିକ କିଛି ବି କରିବାକୁ ପ୍ରସ୍ତୁତ ଥାଏ। ହାତ ପାଉନଥିବା ଚାନ୍ଦକୁ ବି ସେ ପ୍ରେମିକା ପାଇଁ ତୋଳି ଆଣିବାକୁ ଆଗଭର ହୋଇଯାଏ। ନିଜ ସାମର୍ଥ୍ୟ ବାହାରେ ଥିବା ଜିନିଷ ଯଦି ପ୍ରେମିକା ମାଗେ ତେବେ ତାହାକୁ ହାସଲ କରିବା ପାଇଁ ଅପରାଧ କରିବାକୁ ବି ପଛଘୁଞ୍ଚା ଦିଏନି ପ୍ରେମିକ। କାରଣ ପ୍ରେମ ହେଉଛି ଅନ୍ଧ। ଏଭଳି ଜଣେ ଅନ୍ଧ ପ୍ରେମିକ ଥିଲା ସଞ୍ଜୟ। ପ୍ରେମିକା ପାଇଁ ସେ ନିଜ ଜନ୍ମଦାତ୍ରୀ ମା’କୁ ବି ହତ୍ୟା କରିବାକୁ ପଛାଇନଥିଲା।

ଘଟଣାଟି ହେଉଛି ମଧ୍ୟପ୍ରଦେଶର ଗ୍ଵାଲିୟରର। ଏଠାରେ ୫୫ ବର୍ଷୀୟ ସାନ୍ତାବାଇ ନିଜ ୨ ପୁଅ ଓ ଝିଅଙ୍କ ସହ ରହୁଥିଲେ। ଝିଅର ବିବାହ ୨ ବର୍ଷ ପୂର୍ବରୁ ସରିଥିବା ବେଳେ ବଡ଼ ପୁଅ ପ୍ରତାପ ଘରଠୁ କିଛି ଦୂରରେ ରହୁଥିଲା। ଘରେ ରହୁଥିଲେ କେବଳ ମା’ ଓ ସାନପୁଅ ସଞ୍ଜୟ। ଇତି ମଧ୍ୟରେ ସାନ୍ତାବାଇ ଏକ ଜମିକୁ ୫୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଫଳରେ ଘରେ ଟଙ୍କାର ଅଭାବ ବି ନ ଥିଲା ଓ ହସଖୁସିରେ ସବୁ କିଛି ଚାଲୁଥିଲା।

murder2

କିନ୍ତୁ ଦୁର୍ଯୋଗ ସେତେବେଳେ ଆସିଲା ଯେତେବେଳେ ସଞ୍ଜୟ ଜଣେ ମହିଳାଙ୍କୁ ପ୍ରେମ କଲା। ସଞ୍ଜୟ ଗାଁ ପାଖର ଶକୁନ୍ତଳା ନାମ୍ନୀ ଜଣେ ମହିଳାଙ୍କୁ ପସନ୍ଦ କରୁଥିଲା। ପ୍ରଥମେ ବନ୍ଧୁତା ଓ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ଏହା ଦୈହିକ ବି ହେଲା। ଶକୁନ୍ତଳାର ଶରୀର ପାଇବାକୁ ସଞ୍ଜୟ ଏତେ ବ୍ୟାକୁଳ ହୋଇଯାଇଥିଲା ଯେ ସେ ଅନ୍ଧ ଭାବେ ତା’ର ପ୍ରତିଟି କଥାରେ ହଁ ଭରିବାକୁ ଲାଗିଲା। ତାକୁ ଡର ଥିଲା କାଳେ ଶକୁନ୍ତଳା ତାକୁ ଛାଡ଼ି ଆଉ କେଉଁ ପୁରୁଷ ପାଖକୁ ଚାଲିଯିବ। ଦିନେ ଏକ ଦୁର୍ବଳ ମୁହୂର୍ତ୍ତରେ ଶକୁନ୍ତଳା ସଞ୍ଜୟକୁ ତା’ପାଇଁ ଏକ ଘର ତୋଳିଦେବାକୁ କହିଥିଲା। ଏହା ଶୁଣିବା ପରେ ସଞ୍ଜୟ ମା’କୁ ୫୫ ଲକ୍ଷରୁ କିଛି ଟଙ୍କା ଦେବାକୁ କହିଥିଲା। ମାତ୍ର ପୁଅର ମନ କଥା ଜାଣିବା ପରେ ମା’ ତାକୁ ଟଙ୍କା ଦେବାକୁ ମନା କରିଥିଲେ। ବାରମ୍ବାର ଏହି କଥାକୁ ନେଇ ମା’-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏହି କଥାକୁ ନେଇ ସଞ୍ଜୟ ଥରେ ଝଗଡ଼ା ବେଳେ ମା’କୁ ତଣ୍ଟି ଚିପି ହତ୍ୟା କରିଥିଲା। ମାତ୍ର କାହାକୁ ଏନେଇ ନ କହି ସ୍ୱାଭାବିକ ଭାବେ ସେ ଗାଁରେ ଚଳୁଥିଲା।

ସେପଟେ ଦୁଇ ଦିନ ଧରି ମା’ ଫୋନ୍‌ ନ ଉଠାଇବାରୁ ବଡ଼ ପୁଅ ପ୍ରତାପ ଘରକୁ ଆସି ସଞ୍ଜୟକୁ ମା’ କଥା ପଚାରିଥିଲା। ମା’ ଶୋଇଛି ଓ ମୋର କାମ ଅଛି ବୋଲି କହି ସେଠାରୁ ଚାଲିଯାଇଥିଲା ସଞ୍ଜୟ। ପରେ ପ୍ରତାପ ଘର ଭିତରକୁ ଯାଇ ମା’କୁ ଡାକିବାରୁ ଆଉ ଉଠିନଥିଲେ ସାନ୍ତାବାଇ। ମା’କୁ ମୃତ ଅବସ୍ଥାରେ ଦେଖି ପ୍ରତାପକୁ ଆଉ କିଛି ବୁଝିବାକୁ ବାକି ନଥିଲା। ସେ ତୁରନ୍ତ ପୋଲିସକୁ ଫୋନ୍‌ କରି ସାନ ଭାଇ ବିରୋଧରେ ମା’କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲା। ପୋଲିସ ଏବେ ମାମଲା ରୁଜୁ କରି ସଞ୍ଜୟକୁ ଖୋଜୁଛି।