ମା’ର ପ୍ରେମ ରାସ୍ତାରେ ପ୍ରତିବନ୍ଧକ ହୋଇ ଛିଡ଼ାହେଲା ପୁଅ: ପ୍ରେମିକକୁ ରାସ୍ତା ଉପରେ ଗୁଳି ମାରି ଛୁ
ଉତ୍ତର ପ୍ରଦେଶ: ମା’ର ପ୍ରେମ ରାସ୍ତାରେ ପ୍ରତିବନ୍ଧକ ହୋଇ ଛିଡ଼ାହେଲା ପୁଅ । ପ୍ରେମ କାହାଣୀକୁ ନେଇ ରାଗରେ ପଞ୍ଚମ ହୋଇଗଲା ପୁଅ । ମର୍ଣ୍ଣିଙ୍ଗ ଓ୍ଵାକ୍ ବେଳେ ମା’ ର ପ୍ରେମିକ ଉପରକୁ ଚଳାଇଲା ଗୁଳି । ଏହାପରେ ଫେରାର ହୋଇ ଯାଇଥିଲା ଜଲ୍ଲାଦ ପୁଅ । ଉତ୍ତର ପ୍ରଦେଶ ବରେଲୀରୁ ଆସିଛି ଏପରି ଏକ ଖବର ।
ଉତ୍ତର ପ୍ରଦେଶ ବରେଲୀ ଥାନା ଶୀବୀଗଞ୍ଜ ଅଞ୍ଚଳରେ ଏପରି ଘଟଣା ସାମନାକୁ ଆସିବା ପରେ । ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଯୁବକ ଜଣକ ମର୍ଣ୍ଣିଙ୍ଗ ଓ୍ଵାକ୍ ରେ ଯାଉଥିବା ବେଳେ, ତାଙ୍କୁ ତାଙ୍କ ପ୍ରେମିକାର ପୁଅ ଗୁଳି ଚଳାଇଥିଲା । ଏହାପରେ ଘଟଣାସ୍ଥଳରୁ ସେ ଫେରାର ହୋଇ ଯାଇଥିଲା ।
ଗୁଳିଟି ତାଙ୍କ ପେଟରେ ବାଜିଥିଲା ଓ ସେ ଗୁରୁତର ଭାବେ ଆହାତ ହୋଇଥିଲେ । ଗୁଳି ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇ ଯାଇଥିଲେ । ତାଙ୍କୁ ତରନ୍ତ ଉଦ୍ଧାର କରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିବା ସହ ଫେରାର ଯୁବକକୁ ଖୋଜିବାରେ ଲାଗି ପଡ଼ିଛି ।
ଆହାତ ଯୁବକ ବିକାଶଙ୍କ କହିବା କଥା ତାଙ୍କର ସେହି ଅଞ୍ଚଳର ଜଣେ ମହିଳାଙ୍କ ସହ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଛି । ଏକଥା ମହିଳାଙ୍କ ପୁଅ ଜାଣି ଦେଇଥିଲେ । ଯୁବକ ଜଣକ ପ୍ରତ୍ୟେକ ଦିନ ମର୍ଣ୍ଣିଙ୍ଗ ଓ୍ଵାର୍କରେ ଯାଉଥିବା ବେଳେ ଆଜି ମହିଳା ଜଶଭ୍କର ପୁଅ ତାଙ୍କୁ ଗୁଳି ମାରିଦେଇଥିଲା । ଯୁବକ ଏହା ମଧ୍ୟ କହିଛନ୍ତି ସେ ମହିଳାଙ୍କ ସେ ଦୀର୍ଘ ଦିନରୁ କଥା ହେଉଛନ୍ତି ଓ ଦେଖା କରୁଛନ୍ତି । ସେମାନେ ପ୍ରାୟ ୭ ମାସ ସାଥିରେ ରହିଥିବା କହିଛନ୍ତି ବିକାଶ । ଏଥିପାଇଁ ତାଙ୍କ ଉପରେ ଗୁଳି ଚଳାଯାଇଛି ବୋଲି କହିଛନ୍ତି ବିକାଶ ।