ନିର୍ଦୟ ପୁଅ ! ଜମି ପାଇଁ ଟ୍ରାକ୍ଟର ସାମ୍ନାକୁ ମାକୁ ଫିଙ୍ଗିଲା ପୁଅ

ମୁମ୍ବାଇ : ନିଜର ଲୋଭ ପାଇଁ ବ୍ୟକ୍ତି ରକ୍ତସଂପର୍କକୁ ମଧ୍ୟ ବାଜି ଲଗାଇବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ ଯେଉଁଠାରେ ଜମି ପାଇଁ ଚଳନ୍ତା ଟ୍ରାକ୍ଟର ଆଗକୁ ମାଆକୁ ଫିଙ୍ଗି ଦେଲା ନିର୍ଦୟ ପୁଅ ।ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଏଥିରେ ଆପଣ କେମିତି ଚଳନ୍ତା ଟ୍ରାକ୍ଟର ମୁହଁକୁ ମାଆକୁ ଫିଙ୍ଗି ଦେଇଛି ପୁଅ ଦେଖିପାରିବେ। ଜମିବାଡି ବିବାଦକୁ କେନ୍ଦ୍ର କରି ଏପରି ହୋଇଥିବା ଜଣାପଡ଼ିଛି । ବିବାଦୀୟ ଜମିରେ ଟ୍ରାକ୍ଟରକୁ ହଳ କରିବାରୁ ଅଟକାଇବା ପାଇଁ ମାଆର ଜୀବନକୁ ବାଜି ଲଗାଇ ଦେଇଛି ପୁଅ । କାରଣ ଜମି ପାଇଁ ବିବଦା ଚାଲୁରହିଥିବା ବେଳେ ଆଉ ଜଣେ ବ୍ୟକ୍ତି ଏହି ଜମିରେ ହଳ କରୁଥିଲେ ଯେଉଁଠି ପାଇଁ ଏପରି ପଦକ୍ଷେପ ଉଠାଇଥିଲେ ଯୁବକ।

Leave A Reply

Your email address will not be published.