ପେଟ କାଟି ପୁଅ ଜନ୍ମ କରିଥିଲା ମା’, ଗଛରେ ବାନ୍ଧି ଜିଅନ୍ତା ଜାଳିଦେଲେ ଦୁଇ ପୁଅ

୯ ମାସ ଗର୍ଭରେ ରଖି ସନ୍ତାନକୁ ଜନ୍ମ ଦେଇଥିଲା ମା’ । ପିଲାକୁ ପେଟକାଟି ଜନ୍ମ କରିବା ପରେ ପିଲାର ଲାଳନପାଳନ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଦିଏ ମା’ । ହେଲେ ମା’ ର ମମତାକୁ ଭୁଲିଗଲା କୁଳାଙ୍ଗାର ପୁଅ । ମା’କୁ ଗଛରେ ବାନ୍ଧି ଜିଅନ୍ତା ଜାଳିଦେଲା ପୁଅ । ଏଭଳି ହୃଦୟ ବିଦାରକ ଘଟଣା ତ୍ରିପୁରାରେ ଘଟିଛି । ଏହି ଘଟଣାରେ ପୋଲିସ ଦୁଇ ପୁଅକୁ ଗିରଫ କରିଛି ।

ପୋଲିସ କହିବା ମୁତାବକ, ପଶ୍ଚିମ ତ୍ରିପୁରାର ଚମ୍ପକନଗର ଜଣେ ୬୨ ବର୍ଷୀୟ ବୃଦ୍ଧା ନିଜର ଦୁଇ ପୁଅ ସହ ରହୁଥିଲେ । ପ୍ରାୟ ଦେଢ଼ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ତୃତୀୟ ପୁଅ ଅଗରତାଲାରେ ରୁହନ୍ତି । ତେବେ ଶନିବାର ରାତିରେ କୌଣସି କଥାକୁ ନେଇ ଦୁଇ ପୁଅ ମା’ ସହ ଝଗଡ଼ା ଲାଗିଥିଲେ । ପରେ ଦୁଇ ପୁଅ ମିଶି ବୃଦ୍ଧ ମା’ଙ୍କୁ ନୃଶଂସ ଭାବେ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ଏକ ଗଛରେ ବାନ୍ଧି ଜିଅନ୍ତା ଜାଳି ଦେଇଛନ୍ତି ।

ଏନେଇ ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତଦେହକୁ ପୋଷ୍ଟର୍ମଟମ ପାଇଁ ପଠାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ପୁଅକୁ ଗିରଫ କରାଯାଇଛି । ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ତାଙ୍କୁ ପୋଲିସ ହେପାଜତକୁ ପଠାଇବାକୁ ଅନୁରୋଧ କରାଯିବ । ପୋଲିସ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।

You might also like