ସୋନିଆ ଗାନ୍ଧୀ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି; ହସ୍ପିଟାଲ ପକ୍ଷରୁ ଜାରି ହେଲା ଏହି ବୟାନ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମରେ ଖବର ଆସିବା ପରେ କଂଗ୍ରେସର ସମସ୍ତ ନେତା ଏବଂ କର୍ମୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଶ୍ୱସନ ସମ୍ବନ୍ଧୀୟ ଭାଇରାଲ ସଂକ୍ରମଣ ଥିଲା ଏବଂ ସେ ନିଜର ରୁଟିନ୍‌ ଚେକ୍‌ଅପ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ପରେ ହସ୍ପିଟାଲ ପ୍ରଶାସନ ଏହି କଥାକୁ ନେଇ ଏକ ବୟାନ ଜାରି କରିଛି। ସୋନିଆ ଗାନ୍ଧୀଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଗଲା, ତାହାର କାରଣ ହସ୍ପିଟାଲ ପ୍ରଶାସନ ପକ୍ଷରୁ ବୟାନରେ କୁହାଯାଇଛି।

ସାର୍ ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ଟର ଅଜୟ ସ୍ୱରୂପ କହିଛନ୍ତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଆମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାଇରାଲ୍ ରେସ୍ପିରେଟରୀ ଇନ୍‌ଫେକ୍ସନର ତଦାରଖ ଏବଂ ଚିକିତ୍ସା ପାଇଁ ତାଙ୍କୁ ଚେଷ୍ଟ୍‍ ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଛି। ସେପଟେ ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସହିତ ହସ୍ପିଟାଲ ଯାଇଛନ୍ତି। ତାଙ୍କ ମୁତାବକ, ସୋନିଆ ଗାନ୍ଧୀ ଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରେ ଜୁଝି ହେଉଛନ୍ତି।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ସୋନିଆ ଗାନ୍ଧୀ ମଙ୍ଗଳବାରଠାରୁ ଅସୁସ୍ଥ ଅଛନ୍ତି, ଏହି କାରଣରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶରେ ପ୍ରବେଶ କରିଥିବା ଭାରତ ଯୋଡ଼ୋ ଯାତ୍ରାରେ ୭ କିଲୋମିଟର ଯାତ୍ରା କରି ଦିଲ୍ଲୀ ଫେରି ଆସିଥିଲେ। ଏହା ପୂର୍ବରୁ ସୋନିଆ ଗାନ୍ଧୀ ୨୪ ଡିସେମ୍ବରରେ ଭାରତ ଯୋଡ଼ୋ ଯାତ୍ରାରେ ଭାଗ ନେଇଥିଲେ। ଜୁନ୍‌ ୧୨ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଜୁନ୍‌ରେ ସୋନିଆ ଗାନ୍ଧୀ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ।

Leave A Reply

Your email address will not be published.