କେଉଁ ଆଡ଼େ ଢଳିବ ବିଜେଡି? ସମ ଦୂରତ୍ୱ ନୀତିରେ ଥିବା ଦଳକୁ ମିଳିଛି ୟୁପିଏ ନିମନ୍ତ୍ରଣ

ବିଜେଡି ସୁପ୍ରିମୋ ନବୀନଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିଠି । ଆସନ୍ତା ୨୩ ତାରିଖ ଅର୍ଥାତ ଭୋଟ ଗଣତି ଦିନ ୟୁପିଏ ସହଯୋଗୀ ଦଳଙ୍କ ବୈଠକକୁ ଆମନ୍ତ୍ରଣ। ବିଜେଡି ବୈଠକକୁ ଯିବ କି ନାହିଁ ତାହା ସ୍ପଷ୍ଟ କରି ନାହିଁ। କିନ୍ତୁ ଦଳ କହିଛି, ଏ ସମୟରେ ବିଭିନ୍ନ ନେତାଙ୍କ କଥା ହେବା ସ୍ୱାଭାବିକ। ସେପଟେ ଆଇନ ଶୃଙ୍ଖଳା ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରୁଥିବା ଅମିତ ଶାହଙ୍କ ସ୍ୱର ବଦଳିଛି। ଏବେ ସେହି ଆଇନ ଶୃଙ୍ଖଳା ପ୍ରସଙ୍ଗରେ ନବୀନ ଶାସନକୁ ପ୍ରଶଂସା କରିଛନ୍ତି। ଚର୍ଚ୍ଚା ହେଉଛି, ଉଭୟ ୟୁପିଏ ଓ ଏନ୍ଡିଏ, ସମଦୂରତାରେ ଥିବା ବିଜେଡିକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

election 1

କେଉଁ ଦଳ କେନ୍ଦ୍ରରେ ଗଢିବ ସରକାର? କାହାକୁ ବହୁମତ ମିଳିବ? ନା ଝୁଲା ସରକାର ହେବ? ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ ସରକାର ଗଠନ ନେଇ ଆରମ୍ଭ ହେଲାଣି କମର କଷା। ୟୁପିଏ ଓ ଅଣବିଜେପି ଦଳକୁ ଏକଜୁଟ କରିବା ପାଇଁ ଆଗକୁ ଆସିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି। କାଉଣ୍ଟିଂ ଦିନ ଅର୍ଥାତ ୨୩ରେ ଦିଲ୍ଲୀରେ ଡାକିଛନ୍ତି ବୈଠକ। ଯୋଗ ଦେବାକୁ ୟୁପିଏ ସହଯୋଗୀ ଦଳ ସହ ଅଣବିଜେପି ଦଳ ମୁଖିଆଙ୍କୁ ଚିଠି ଲେଖିଛନ୍ତି। ବିଜେଡି ସମେତ ଓ୍ଵାଇଏସ୍ଆର୍ କଂଗ୍ରେସ, ଟିଆର୍ଏସ୍ ଓ ତେଲଗୁ ଦେଶମ ପାର୍ଟିକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏ ନେଇ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ କଥା ହୋଇଥିବା ସୂଚନା ମିଳିଛି। ବିଜେଡି ବୈଠକକୁ ଯିବ କି? ଦଳ ତାହା ସ୍ପଷ୍ଟ କରି ନାହିଁ। କହିଛି ମେ ୨୩ ପରେ ଜଣା ପଡିବ। ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ନେତାଙ୍କ ସହ କଥା ହେବେ। ଏଥିରେ ନୂତନତ୍ୱ ନାହିଁ।

election 3

ନିର୍ବାଚନ ସମୟରେ ରାଜ୍ୟରେ ବିଜେଡି-ବିଜେପି ବାକ୍ ଯୁଦ୍ଧ ତୀବ୍ର ଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରାକାରଙ୍କୁ ଟାର୍ଗେଟ୍ କରୁଥିଲା ବିଜେପି। ନିର୍ବାଚନୀ ହିଂସା ପାଇଁ ଦାୟୀ କରୁଥିଲା। ଏବେ କିନ୍ତୁ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ପଶ୍ଚିମବଙ୍ଗରେ ଅମିତ ଶାହାଙ୍କ ରୋଡ୍ରେ ହିଂସା ହୋଇଥିଲା। ଏହାକୁ ନେଇ ଶାହାଙ୍କ ପ୍ରତିକ୍ରିୟା, ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ଓଡ଼ିଶାରେ ଏଭଳି ହିଂସାକାଣ୍ଡ ଘଟୁନାହିଁ।

ଶାହାଙ୍କ ମୁହୁଁରୁ ନବୀନ ଶାସନର ପ୍ରଶଂସା। ସ୍ୱର ବଦଳିବା ପଛର କାରଣ କଣ? ବହୁ ସମୀକ୍ଷକ ଅନୁମାନ କରୁଛନ୍ତି, କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ବହୁମତ ମିଳିବା ସମ୍ଭାବନା କମ୍। ତେଣୁ ଉଭୟ ଏନ୍ଡିଏ ଓ ୟୁପିଏ ବିଜେଡିକୁ ନିଜ ଆଡକୁ ଆଣିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ସମଦୂରତ୍ୱ ନୀତିରେ ଥିବା ବିଜେଡି ସ୍ପଷ୍ଟ କରି ସାରିଛି, ଯେଉଁ ଦଳ ରାଜ୍ୟ ନାର‌୍ୟ୍ୟ ଅଧିକାରକୁ ଗୁରୁତ୍ୱ ଦେବ ଦଳ ତାକୁ ସମର୍ଥନ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.