ଦେଶ ବିଦେଶ

କରୋନା ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ପରାମର୍ଶ ଦେଲେ ସୋନିଆ ଗାନ୍ଧୀ, କହିଲେ ଏହି ୫ଟି କଥା

ବର୍ତ୍ତମାନର କରୋନା ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବିରୋଧୀ ଦଳର ନେତୃବୃନ୍ଦଙ୍କ ପରାମର୍ଶ ନେଉଛନ୍ତି। ଏନେଇ ସେ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ବିରୋଧୀ ଦଳର ନେତା ମଧ୍ୟ ନିଜ ଆଡୁ ଏହି ପରିସ୍ଥିତିକୁ କିଭଳି ସାମ୍ନା କରାଯାଇପାରିବ ସେ ନେଇ ପରାମର୍ଶ ଦେଉଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୋନା ମୁକାବିଲା କରିବାକୁ କେତେକ ପରାମର୍ଶ ଦେଇ ଚିଠି ଲେଖିଛନ୍ତି। ଚିଠିରେ ସେ ୫ଟି ପରାମର୍ଶ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନିଆ ଦେଇଥିବା ପରାମର୍ଶଗୁଡିକ ହେଉଛି…

୧.ସରକାର ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ଗଣମାଧ୍ୟମ ଯଥା-ଟିଭି, ପେପର ଓ ଅନଲାଇନ ମିଡ଼ିଆକୁ ସରକାରୀ ବିଜ୍ଞାପନ ଦେବା ବନ୍ଦ କରନ୍ତୁ। ଏହା ଖର୍ଚ୍ଚକାଟ କରିବାରେ ସହାୟକ ହେବ।

୨. ୨୦ ହଜାର କୋଟିର କେନ୍ଦ୍ରୀୟ ରାସ୍ତା ସୌନ୍ଦର୍ଯ୍ୟକାରଣ ଯୋଜନା ଓ ବିଭିନ୍ନ ନିର୍ମାଣ ପ୍ରକଳ୍ପକୁ ସ୍ଥଗିତ ରଖାଯାଉ। ସେହି ଅର୍ଥରେ ନୂଆ ମେଡିକାଲ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ନିର୍ମାଣ କରାଯାଉ।

୩. ସାଂସଦଙ୍କର ଯେଉଁ ୩୦ ପ୍ରତିଶତ ଅର୍ଥ କାଟ ହେବ ତାହାକୁ ପ୍ରବାସୀ ଶ୍ରମିକ ଓ ଅନ୍ୟ ଅସହାୟଙ୍କ ପାଇଁ ବ୍ୟବହାର କରାଯାଉ।

୪. ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ ଟ୍ରିପ ପାଇଁ ଗତ ବର୍ଷ ୩୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାରୁ ଏବର୍ଷ ସମସ୍ତ ବିଦେଶ ଗସ୍ତ ବନ୍ଦ କରାଯାଉ ବୋଲି ସୋନିଆ କହିଛନ୍ତି। ଏହି ଅର୍ଥକୁ କରୋନା ମୁକାବିଲା ଦିଗରେ ଖର୍ଚ୍ଚ କରିହେବ।

୫. ପିଏମ୍ କେୟାର୍ସ ଫଣ୍ଡକୁ ଆସୁଥିବା ଅର୍ଥକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ପଠାଯାଉ। ଏହାଦ୍ୱାରା ସ୍ୱଚ୍ଛତା ବଜାୟ ରହିବ। ଅନ୍ୟପଟେ ଦୁଇଟି ପାଣ୍ଠି ହେବା ଦ୍ୱାରା ଶ୍ରମ ଓ ସମ୍ବଳ ନଷ୍ଟ ହେଉଛି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

WCW 11

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

14 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

27 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

36 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

39 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago