ଋଷିଆରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ସହାୟତା କଲେ ସୋନୁ ସୁଦ୍‌, ଫେରାଇ ଆଣିଲେ ତାମିଲନାଡୁ

ଚେନ୍ନାଇ : କରୋନା ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ସହାୟତା ବିଷୟରେ ଯେତେ ବି କୁହାଯିବ ତାହା କମ୍‌ ହେବ । ଯେଉଁଠି ସରକାର ଅସହାୟତା ପ୍ରକାଶ କରିଛନ୍ତି ସେଠି ସୋନୁ ସୁଦ୍‌ ଦେବଦୂତ ଭଳି ପହଞ୍ଚି ଅସହାୟ ଲୋକଙ୍କୁ ସହାୟତା କରିଛନ୍ତି । ଏବେ ପୁଣି ଥରେ ସୋନୁ ଆଗେଇ ଆସିଛନ୍ତି ମସ୍କୋରେ ଫସି ରହିଥିବା କିଛି ଡାକ୍ତରୀ ଛାତ୍ରଙ୍କ ପାଇଁ ।

ଏହି ଡାକ୍ତର ଛାତ୍ରମାନେ ହେଲେ ତାମିଲନାଡୁର । ଋଷରେ ମେଡିକାଲ୍‌ ପଢ଼ୁଥିଲେ । ସେମାନଙ୍କର ପରୀକ୍ଷା ଜୁଲାଇ ୬ ତାରିଖରେ ଥିବା ବେଳେ ବନ୍ଦେ ମାତାରମ୍‌ ଫ୍ଲାଇଟ୍‌ ୫ ତାରିଖରେ ଥିଲା । ତେଣୁ ସେମାନେ ଭାରତର ବନ୍ଦେ ମାତାରମ୍‌ ଫ୍ଲାଇଟ୍‌ରେ ଆସିବାରୁ ବଞ୍ଚିତ ହେଲେ । ସେମାନଙ୍କର ଭିସା ମଧ୍ୟ ଆଉ ଦୁଇ ଦିନ ପରେ ସରି ଯାଉଥିବାରୁ ସେମାନେ କ’ଣ କରିବେ ଚିନ୍ତା କରି ପାରୁନଥିଲେ ।

sonu sood-1

ଏହି ସମୟରେ ସୋନୁ ସୁଦ୍‌ଙ୍କ କଥା ମନେ ପଡ଼ିଲା । ସେମାନେ ସୋନୁ ସୁଦ୍‌ଙ୍କୁ ସେମାନଙ୍କର ଅସୁବିଧା ବିଷୟରେ ଇ-ମେଲ୍‌ କରି ଜଣାଇଲେ । ଫସି ରହିଥିବା ୧୯୧ ଛାତ୍ରଙ୍କ ମଧ୍ୟରୁ ୯୦ ଜଣ ଛାତ୍ର ଚାଲି ଆସିଥିଲେ । ଆଉ ୧୦୧ ଛାତ୍ର ଆସିବା ପାଇଁ ଏକ ପ୍ରାଇଭେଟ ଚାଟାର୍ଡ ବିମାନ ବୁଝି ଥିଲେ ମଧ୍ୟ ୨୦୦ ଜଣଙ୍କର ପଇସା ଦେବା ପାଇଁ ସେମାନଙ୍କ ପାଖରେ ସମ୍ବଳ ନଥିଲା ।

ଯେହେତୁ ଚାଟାଡ୍‌ ଫ୍ଲାଇଟ୍‌ର କାପାସିଟ୍‌ ୨୦୦ ସିଟ୍‌ ଥିଲା ସେମାନେ ସୋନୁ ସୁଦ୍‌ଙ୍କ ସହ ଯୋଗାଯୋଗ କରିଥିଲେ । ଛାତ୍ରମାନେ ୩୩ ହଜାର ଟଙ୍କା ଦେଇଥିବା ବେଳେ ସୋନୁ ସୁଦ୍‌ ଫ୍ଲାଇଟ୍‌ର ବାକି ଅର୍ଥ ପଇଠ କରିଥିଲେ ।

ଫଳରେ ତାମିଲନାଡୁର ଏହି ୧୦୧ ଛାତ୍ର ସହଜରେ ଚେନ୍ନାଇରେ ଆସି ପହିଞ୍ଚି ପାରିଥିଲେ । ସୋନୁ ସୁଦ୍‌ଙ୍କୁ ଛାତ୍ରମାନେ ଧନ୍ୟବାଦ ଦେଇଥିବା ଜଣେ ଛାତ୍ରୀ ପ୍ରିୟଦର୍ଶନୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.