ଦେଶ ବିଦେଶ

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ, ଜାରି କଲେ ହେଲ୍ପଲାଇନ ନମ୍ବର

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ସେ ଟ୍ୱିଟ୍ କରି ଲୋକଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି। ଜୁନ୍‌ ୩ରେ ସୋନୁ ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଥିଲେ।

ବର୍ତ୍ତମାନ ପୀଡ଼ିତ ପରିବାର ନିକଟରେ ସାହାଯ୍ୟ ପହଞ୍ଚାଇବା ସମ୍ପର୍କରେ ସୋନୁ ସୁଦ ଟ୍ଵିଟ୍‌ କରି କହିଛନ୍ତି, ‘ଓଡ଼ିଶା ଟ୍ରେନ୍‌ ଟ୍ରାଜେଡ଼ିରେ ନିଜ ପରିବାର ଲୋକଙ୍କୁ ହରାଇଥିବା ପୀଡ଼ିତଙ୍କ ଜୀବନକୁ ପୁନଃନିର୍ମାଣ କରିବାରେ ଆମେ ତାଙ୍କୁ ସାହାଯ୍ୟ କରୁଛୁ’। ସେ ଅଧିକରୁ ଅଧିକ ସାହାଯ୍ୟକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ନିଜର ଚାରିଟି ଫାଉଣ୍ଡେସନର ନମ୍ବର ମଧ୍ୟ ସେୟାର କରିଛନ୍ତି।

ଭିଡିଓରେ ସୋନୁ କହୁଛନ୍ତି, ‘ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଏକ ହେଲ୍ପଲାଇନ ନମ୍ବର 9967567520 ଜାରି କରିଛୁ, ଯାହା ମୁଁ ଆପଣଙ୍କ ସହିତ ସେୟାର କରୁଛି। ଏହି ନମ୍ବରରେ ଆପଣ ପୀଡିତଙ୍କ ପରିବାର ସହିତ ଆମକୁ ସଂଯୋଗ କରିପାରିବେ। ତେଣୁ ଦୟାକରି ଏହି ନମ୍ବରରେ ମେସେଜ ପଠାନ୍ତୁ’।

ସୋନୁ ଆହୁରି କହୁଛନ୍ତି ଯେ ‘ମନେରଖନ୍ତୁ, ଏହି ନମ୍ବରରେ ଆପଣଙ୍କୁ କଲ୍ କରିବାକୁ ପଡିବ ନାହିଁ, କେବଳ SMS ପଠାଇବାର ଅଛି। ଆପଣ ସେହି ପରିବାର ସହିତ ଆମକୁ ଯୋଡ଼ନ୍ତୁ, ସେମାନଙ୍କୁ ପୁଣିଥରେ କିପରି ଗୋଡ଼ରେ ଛିଡ଼ା କରାଯିବ, ତାହା ଆମେ ଚେଷ୍ଟା କରିବୁ। ପୀଡ଼ିତ ପରିବାରର ଚାକିରି, ବ୍ୟବସାୟ, ପିଲାମାନଙ୍କ ପାଠପଢ଼ାକୁ ନେଇ ସବୁ ପ୍ରକାର ସାହାଯ୍ୟ କରିବାକୁ ଆମେ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ’।

କହି ରଖୁଛୁ, ଏହାପୂର୍ବରୁ ସୋନୁ ସୁଦ ଏକ ଟ୍ଵିଟ୍‌ରେ ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ଏକ ଭାବପୂର୍ଣ୍ଣ ଭିଡିଓ ସେୟାର କରିଥିଲେ।

Roshni

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

6 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

22 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

37 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

50 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

50 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago