ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି, କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି । କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସ ୱେ’ରେ ଘଟିଛି ଏହି ଦୁର୍ଘଟଣା । କିନ୍ତୁ ଆସ୍ୱସ୍ତିକର ଖବର ଏହା ଯେ, ଏତେ ବଡ଼ ଦୁର୍ଘଟଣାରେ ଗାଙ୍ଗୁଲିଙ୍କୁ କୌଣସି ଆଘାତ ଲାଗି ନ ଥିବା କୁହାଯାଉଛି ।
ସୂଚନା ଅନୁସାରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଟରେ ଯାଉଥିବାବେଳେ ଟ୍ରକ ଧକ୍କା ଦେବାରୁ ଗାଙ୍ଗୁଲିଙ୍କ ଡ୍ରାଇଭର ହଠାତ ବ୍ରେକ ମାରିଥିଲେ । ଏଥିଯୋଗୁ ପଛରେ ଆସୁଥିବା କିଛି ଗାଡ଼ି ପିଟି ହୋଇଯାଇଥିଲେ ।
ଦୁର୍ଘଟଣା ପରେ ଗାଙ୍ଗୁଲି ରାସ୍ତାରେ ୧୦ ମିନିଟ ଅଟକିଥିଲେ । ଟ୍ରାଫିକ ପୋଲିସ ଆସି ଭିଡ଼ ନିୟନ୍ତ୍ରଣ କରିଥିଲେ । ଦୁର୍ଘଟଣାରେ ଜୀବନହାନୀ ହୋଇ ନ ଥିବାବେଳେ ଅନ୍ୟ ଗାଡ଼ି ସହ ପିଟି ହେବା କାରଣରୁ ଗାଡ଼ି ସବୁ ସାମାନ୍ୟ ଭାବେ ପ୍ରଭାବିତ ହୋଇଛି । ଏହାପରେ ସେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରଥିଲେ ।
ଆହୁରି ପଢ଼ନ୍ତୁ : ପ୍ରେମିକାକୁ ରିସେପସନରୁ ଉଠାଇ ନେଲା ପ୍ରେମିକ, ଥାନାରେ ଅଭିଯୋଗ କଲେ ବରପକ୍ଷ