ଦକ୍ଷିଣ ଦିଲ୍ଲୀର ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଖାଲି କରାଗଲା ପୂରା କ୍ୟାମ୍ପସ୍‌

ପୁଣି ସ୍କୁଲକୁ ବୋମା ଧମକ । ଦିଲ୍ଲୀର ଏକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ସ୍କୁଲକୁ ବୋମା ଧମକ ମିଳିବା ପରେ କ୍ୟାମ୍ପସ୍‌ରେ ଭୟର ବାତାବରଣ ଖେଳିଯାଇଛି ।

ସ୍କୁଲ ପ୍ରଶାସନ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା ଦେବା ପରେ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ମିଥ୍ୟା ଧମକ ମିଳିଛି । ଏହା ଏକ ମିଥ୍ୟା ଖବର । ସ୍କୁଲ ପରିସରରେ ଛାନ୍‌ଭିନ୍‌ ପରେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ ।

ପୋଲିସ କହିଛି ଯେ ସ୍କୁଲକୁ ଧମକପୂର୍ଣ୍ଣ ମେଲ୍‌ ମଧ୍ୟରାତ୍ରିରେ ମିଳିଥିଲା । ଇମେଲରେ କୁହାଯାଇଥିଲା ଯେ ସ୍କୁଲ ପରିସରରେ ବୋମା ରଖାଯାଇଛି । ବୋମା ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା, କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ ମିଳି ନ ଥିଲା । ବୋମା ଖୋଜିବା ପାଇଁ ଡଗ୍‌ ସ୍କ୍ଵାଡ୍‌ ମଧ୍ୟ ନିୟୋଜିତ ହୋଇଥିଲା ।

ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି । ଧମକପୂର୍ଣ୍ଣ ମେଲ କେଉଁ ଡୋମେନରୁ ପଠାଯାଇଛି, ତାହା ଯାଞ୍ଚ କରାଯାଉଛି । ପୂର୍ବରୁ ମଧ୍ୟ ଏପରି ଅନେକ ସ୍କୁଲକୁ ଧମକପୂର୍ଣ୍ଣ ମେଲ ମିଳିଛି ।

You might also like