୪ ଦିନିଆ ଭାରତ ଗସ୍ତରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ୍

moon-jae-inନୂଆଦିଲ୍ଳୀ : ଚଳିତ ମାସ ୪ ଦିନିଆ ଭାରତ ଗସ୍ତରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ୍ ଆସୁଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ମୁନ୍। ଆଞ୍ଚଳିକ, ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଅନ୍ତର୍ଜାତୀକ ପ୍ରସଙ୍ଗରେ ଆଲୋଚନା ହେବା କାର୍ୟ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସଂପର୍କ, ପ୍ରତିରକ୍ଷା ସହଯୋଗ ସମେତ କୋରିଆ ଉପଦ୍ୱୀପର ପରିସ୍ଥିତି ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ।

modi

ଦୁଇ ଦେଶ ମଧ୍ୟରେ କେତେକ ରାଜିନାମା ସ୍ୱାକ୍ଷରିତ ହୋଇପାରେ। ମୋଦିଙ୍କ ସହ ମିଶି ମୁନ୍ ଗାନ୍ଧୀ ସ୍ମୃତି ଥିଏଟର ଏବଂ ନୋଇଡାରେ ଥିବା ସାମସଙ୍ଗ କାରଖାନା ବୁଲି ଦେଖିବା କାର୍ୟକ୍ରମ ରହିଛି । ଆସନ୍ତକାଲି ସେ ଭାରତ-କୋରିଆ ବିଜିନେସ୍ ଫୋରମରେ ଯୋଗଦେବେ। ଜୁଲାଇ ୧୦ରେ ରାଷ୍ଟ୍ରପତି ଭବନରେ ମୁନ୍ଙ୍କୁ ସ୍ୱାଗତ କରାଯିବ । ଜୁଲାଇ ୧୧ ତାରିଖରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ୨୦୧୫ରେ ମୋଦି ଦକ୍ଷିଣ କୋରିଆ ଗସ୍ତ କରିଥିଲେ। ଏହି ଗସ୍ତ ପରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.