ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ଦକ୍ଷିଣ କୋରିଆର ଲେଖିକା ହେନକାଙ୍ଗକୁ ମିଳିବ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ

ସାହିତ୍ୟ ପାଇଁ ଘୋଷଣା ହେଲା ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର । ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ଦକ୍ଷିଣ କୋରିଆର ଲେଖିକା ହେନ କାଙ୍ଗକୁ ମିଳିବ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ । ତାଙ୍କ ବହି ଗୁଡିକ ମଧ୍ୟରେ ଦ ଭେଜିଟେରିଆମନ, ଦ ହ୍ବାଇଟ୍ ବୁକ,ହ୍ୟୁମାନ ଆକ୍ଟ ଆଣ୍ଡ ଗ୍ରୀକ ଲେସନ ସାମିଲ ରହିଛି । ତାଙ୍କର ଏହି ଭାବପୂର୍ଣ୍ଣ ସାହିତ୍ୟ ପାଇଁ ସ୍ୱିଡିସ ଆକାଡେମୀ ପକ୍ଷରୁ ସାହିତ୍ୟରେ ତାଙ୍କୁ ୨୦୨୪ ନୋବେଲ ପୁରସ୍କାର ଦିଆଯାଇଛି। ନେବେଲ ପୁରସ୍କାରେ ଫଳକ ସମେତ ୧୧ ମିଲିଅନ ସ୍ୱିଡିସ କ୍ରୋନୋର  ପୁରସ୍କାର ରାଶି ଦିଆଯିବ। ଡିସେମ୍ବର ୧୦ ତାରିଖରେ ହାନ କାଙ୍ଗଙ୍କୁ ଏହି ପୁରସ୍କାର ଦିଆଯିବ।

ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ହେନ କାଙ୍ଗଙ୍କ ଜନ୍ମ ୧୯୭୦ମସିହାରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁରେ ହୋଇଥିଲା । ୯ ବର୍ଷ ବୟସରେ ସେ ନିଜ ପରିବାର ସହିତ ସିୟୋଲ ଚାଲିଯାଇଥିଲେ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଉପନ୍ୟାସକାର ଅଟନ୍ତି । ହାନା କାଙ୍ଗ ୧୯୯୩ରେ ‘ସାହିତ୍ୟ ଏବଂ ସମାଜ’ ନାମକ ଏକ ମାଗାଜିନର ଶୀତକାଳୀନ ଏଡିସନରେ “ୱିଣ୍ଟର ଇନ ସିଓଲ୍‌” ନାଁରେ ପାଞ୍ଚଟି କବିତା ପ୍ରକାଶ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ସାହିତ୍ୟିକ ଜୀବନ।ତାଙ୍କର ସଦ୍ୟତମ ଉପନ୍ୟାସ ‘ଆଇ ଡୁ ନଟ ବିଡ୍ ଫେରୱେଲ’କୁ ୨୦୨୩ ମସିହାରେ ଫ୍ରାନ୍ସରେ ମେଡିସିସ୍ ପୁରସ୍କାର ଦିଆଯାଇଥିଲା। ସେହିପରି ୨୦୨୪ ରେ ଏମିଲ୍ ଗୁଇମେଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ୨୦୦୭ ମସିହାର ଉପନ୍ୟାସ ଦି ଭେଜିଟେରିଆନ ପାଇଁ ତାଙ୍କୁ ୨୦୧୬ରେ ବୁକର୍ ପ୍ରାଇଜ୍ ମିଳିଥିଲା।

୧୯୯୪ରେ ସେ ରେଡ୍ ଆଙ୍କର ନାଁରେ ପ୍ରଥମ ଉପନ୍ୟାସ ଲେଖିଥିଲେ। ସେହିପରି ୧୯୯୫ରେ ‘ୟେଓସୁ’ ନାମକ ପ୍ରଥମ ଲଘୁ କାହାଣୀ ଲେଖିଥିଲେ। ସେହିପରି ୧୯୯୫ ରେ ସେ ଗଳ୍ପ ସଂକଳନ ‘ଲଭ୍ ଅଫ୍ ୟୋସୁ’ ଲେଖି ଗଦ୍ୟ ରଚନା ଆରମ୍ଭ କରିଥିଲେ। ତାଙ୍କ ଦ୍ୱାରା ଲିଖିତ ଏକ ଲଘୁ କାହାଣୀ ସଂକଳନ ବ୍ୟତୀତ ଫ୍ରୁଟ୍ସ ଅଫ୍ ମାଇ ୱିମେନ୍(୨୦୦୦), ଫାୟାରା ସାଲାମାଣ୍ଡର(୨୦୧୨), ବ୍ଲାକ ଡିଅର(୧୯୯୮),ୟୋର କୋଲ୍ଡ ହ୍ୟାଣ୍ଡ୍ସ(୨୦୦୨),ଦ ଭେଜିଟେରିଆନ(୨୦୦୭), ବ୍ରିଥ ଫାଇଟିଙ୍ଗ(୨୦୧୦), ଗ୍ରୀକ ଲେସନ୍ସ(୨୦୧୧), ହ୍ୟୁମାନ ଆକ୍ଟସ୍(୨୦୧୪), ଦ ହ୍ୱାଇଟ ବୁକ(୨୦୧୬), ଆଇ ଡୁ ନଟ ବିଡ୍ ଫେରୱେଲ(୨୦୨୧) ଆଦି ଉପନ୍ୟାସ ସେ ଲେଖିଛନ୍ତି। ସେହିପରି ଗୋଟିଏ କବିତା ସଂକଳନ, ଆଇ ପୁଟ ଦ ଇଭନିଂ ଇନ୍‌ ଦ ଡ୍ରୟର(୨୦୧୩)ରେ ପ୍ରକାଶିତ ହୋଇ ଖୁବ୍ ଲୋକପ୍ରିୟତା ସାଉଁଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like