ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଆଉ ଏକ ପରିବର୍ତ୍ତନ, ବଦଳିଗଲା ଏସ୍‌ପି ସିଂ ବଘେଲ୍‌ଙ୍କ ବିଭାଗ

ଆଇନ ରାଜ୍ୟମନ୍ତ୍ରୀ ଏସ୍‌ପି ସିଂ ବଘେଲ୍‌ଙ୍କ ମନ୍ତ୍ରଣାଳୟ ବଦଳିଛି। ବର୍ତ୍ତମାନ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ କରାଯାଇଛି।

ଆଇନ ରାଜ୍ୟମନ୍ତ୍ରୀ ଏସ୍‌ପି ସିଂ ବଘେଲ୍‌ଙ୍କ ମନ୍ତ୍ରଣାଳୟ ବଦଳିଛି। ବର୍ତ୍ତମାନ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ କରାଯାଇଛି। ଆଇନ ମନ୍ତ୍ରଣାଳୟରେ ସ୍ୱାଧୀନ ଦାୟିତ୍ୱ ସହ ଅର୍ଜୁନ ରାମ ମେଘୱାଲ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ଦ୍ୱିତୀୟ ରାଜ୍ୟ ମନ୍ତ୍ରୀଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି।

ସେହିପରି କିରଣ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ଆଇନ ମନ୍ତ୍ରୀ ଦାୟିତ୍ୱ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ବ ବଣ୍ଟନ କରିଛନ୍ତି।

ଅର୍ଜୁନ ରାମ ମେଘୱାଲ ବର୍ତ୍ତମାନ ସଂସଦୀୟ ବ୍ୟାପାର ରାଜ୍ୟ ମନ୍ତ୍ରୀ ଏବଂ ସଂସ୍କୃତି ରାଜ୍ୟ ମନ୍ତ୍ରୀ। ତାଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ବ୍ୟତୀତ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ରୂପେ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି।

ରାଷ୍ଟ୍ରପତି ଭବନ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସ୍‌ପି ସିଂ ବଘେଲ୍‌ଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ବଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.