ଇତିହାସ ରଚିଲା ସ୍ପେସ୍ ଏକ୍ସ: ୪ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ପଠାଇଲା ମହାକାଶ
କେନ୍ଯୁଜ୍: ଇତିହାସ ରଚିଲା ସ୍ପେସ ଏକ୍ସ। ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ମହାକାଶ ପଠାଇଛି ସ୍ପେସ ଏକ୍ସ। ବିଶିଷ୍ଟ ବ୍ୟବସାୟୀ ଏଲଟ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। କମ୍ପାନୀ ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏହି ମିଶନକୁ ଇନସ୍ପେରିସନ-୪ ନାଁ ଦିଆଯାଇଛି ।
ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକ ଟିମ୍ । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହାପରେ ସ୍ପେସ କ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ ।