ଦେଶ ବିଦେଶ

ଜି-୨୦ ଉପରେ କରୋନାର ପ୍ରଭାବ, ସ୍ପେନ ରାଷ୍ଟ୍ରପତି କୋଭିଡ ସଂକ୍ରମିତ; ତାଙ୍କ ସ୍ଥାନରେ ଆସିବେ ଉପରାଷ୍ଟ୍ରପତି ନାଦିଆ କାଲ୍‌ଭିନୋ

ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ କୋଭିଡ ପଜିଟିଭର ଶିକାର ହୋଇଛନ୍ତି। ସେ ନିଜେ ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସାଞ୍ଚେଜ୍‌ Xରେ ପୋଷ୍ଟ୍‍ କରି ଲେଖିଛନ୍ତି, ‘ମୁଁ ସୁସ୍ଥ ଅନୁଭବ କରୁଛି। କିନ୍ତୁ ଭାରତ ଯାତ୍ରା କରିପାରିବି ନାହିଁ’। ସେପଟେ ଜି-୨୦ ସମ୍ମିଳନୀରେ ସ୍ପେନ୍‌ ତରଫରୁ ଉପରାଷ୍ଟ୍ରପତି ନାଦିଆ କାଲ୍‌ଭିନୋ ଏବଂ ବୈଦେଶିକ ମନ୍ତ୍ରୀ ଜୋସ୍‌ ମାନୁଅଲ୍‌ ଅଲ୍‌ବେରେସ୍‌ ଯୋଗଦେବେ।

କହି ରଖୁଛୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କ ସହ ଅଗଷ୍ଟ ୭ରେ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଆସିବାର ଥିଲା। କିନ୍ତୁ ଏହାପୂର୍ବରୁ ଜିଲ୍‌ ଓ ଜୋ ବାଇଡେନ୍‌ଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏହାର ରିପୋର୍ଟ ଅଗଷ୍ଟ ୫ରେ ଆସିଥିଲା। ଏଥିରେ ଜୋ ବାଇଡେନ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ଜିଲ୍‌ଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ତେବେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ସଂକ୍ରମିତ ହେବା ପରଠାରୁ ଜିଲ୍ ତାଙ୍କ ଡେଲାୱେର୍ ବାସଭବନରେ ଅଛନ୍ତି। ଯେତେବେଳେ କି, ଜୋ ବାଇଡେନ୍‌ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି।

ସୂଚନାଥାଉ କି, ହ୍ୱାଇଟ ହାଉସ ତରଫରୁ ପୂର୍ବରୁ କୁହାଯାଇଥିଲା ଯେ ରାଷ୍ଟ୍ରପତି ବାଇଡେନ୍‌ ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

49 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago