ଦିଲ୍ଲୀର ଫ୍ଲାଟ୍‌ ଦାମରେ ସ୍ପେନ୍‌ରେ ମିଳୁଛି ପୁରା ଗାଁ, ଏହି େଓ୍ଵବସାଇଟରେ ଦିଆଯାଇଛି ଅନ୍‌ ସେଲ ବିଜ୍ଞାପନ

ନୂଆଦିଲ୍ଲୀ : ବିଦେଶ ଯିବାକୁ ବା ବିଦେଶରେ ରହିବାକୁ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ଆପଣ ଜଦି ବିଦେଶରେ ଘର କିଣିବାକୁ ଚାହୁଁଛନ୍ତି ଏହି ସୁବର୍ଣ୍ଣ ସୁଯୋଗ ହାତ ଛଡା କରନ୍ତୁ ନାହିଁ । କାରଣ ଆପଣ ଦିଲ୍ଲୀର ଏକ ଫ୍ଲାଟ୍‌ ଦାମରେ ସ୍ପେନରେ ଏକ ଗାଁ କିଣି ପାରିବେ । ଏଭଳି ଅଫର ଆସିଛି ଅନ୍‌ଲାଇନରେ ସେଲରେ । ଉତ୍ତର ପଶ୍ଚିମ ସ୍ପେନର ଜମୋରା ପର୍ତ୍ତୁଗାଲ ସୀମାରେ ଥିବା ସଲଟୋ ଡି କାଷ୍ଟ୍ରୋ ଗ୍ରାମ ବିକ୍ରି ହେଉଛି ।

ଏହାର ଦାମ୍‌ ୨ ଲକ୍ଷ ୬୦ ହଜାର ୟୁରୋ ରଖାଯାଇଛି । ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ପ୍ରାୟ ୨ କୋଟି ଟଙ୍କା ହେବ । ରିପୋର୍ଟ ଅନୁଯାୟୀ ସ୍ପେନ ରାଜଧାନୀ ମାଡ୍ରିଡ୍‌ ସଡକ ମାର୍ଗରେ ଏହି ଗାଁକୁ ପହଞ୍ଚିବା ପାଇଁ ମାତ୍ର ୩ ଘଣ୍ଟା ସମୟ ଲାଗେ । ପ୍ରକାଶଯୋଗ୍ୟ ଯେ ଦିଲ୍ଲୀରେ ଗୋଟିଏ ଫ୍ଲାଟ ଦାମରେ ଏହି ପୁରା ଗାଁ ଟିକୁ କିଣାଯାଇ ପାରିବ ।

ବିବିସି ରିପୋର୍ଟ ଅନୁଯାୟୀସ ଲଟୋ ଡି କାଷ୍ଟ୍ରୋ ଗ୍ରାମରେ ଏମିତି ଅଟ୍ଟାଳିକା ରହିଛି ଯାହା ସ୍ପେନର କିଛି ସହରରେ ମଧ୍ୟ ରହିଛି । ଏହି ଗାଁରେ ମୋଟ ୪୪ ଘର, ଗୋଟିଏ ହୋଟେଲ, ଗୋଟିଏ ଚର୍ଚ୍ଚ,ଏକ ସ୍କୁଲ, ଏକ ମ୍ୟୁନିସପାଲ ସୁଇମିଂ ପୁଲ ଓ ସିଭିଲ ଗାର୍ଡଙ୍କ ରହିବା ପାଇଁ ଏକ ଅଟ୍ଟାଳିକା ରହିଛି ।

୩ ଦଶକ ଧରି ଏହି ଗାଁରେ କେହି ରହୁନାହାଁନ୍ତି । ୨୦୦୦ ମସିହାରେ ଜଣେ ବ୍ୟକ୍ତି ଏହି ଗାଁକୁ କିଣିଥିଲେ । ଏହାକୁ ପର୍ଯ୍ୟଟନ ସ୍ଥଳି କରିବାକୁ ଚାହିଁଥିଲେ । ହେଲେ ୟୁରୋଜୋନ ସଂକଟ ଯୋଗୁ ଏହା ଫେଲ ମାରିଥିଲା ।

ଏହି େଓ୍ଵବସାଇଟରେ ହେଉଛି ଗାଁ ବିକ୍ରି

ଏହି ଗାଁକୁ www.idealista.com େଓ୍ଵବସାଇଟରେ ବିକ୍ରି ପାଇଁ ଅନଲାଇନ ସେଲ ଦିଆଯାଇଛି । ଏଥିରେ ୮୦ ବର୍ଷର ଉକ୍ତ ମାଲିକ କହିଛନ୍ତି, ମୁଁ ଏହାକୁ ବିକ୍ରି କରୁଛି, ‘କାରଣ ମୁଁ ଜଣେ ସହରୀବାଲା ବ୍ୟକ୍ତି, ଆଉ ଏହାର ରକ୍ଷଣାବେକ୍ଷଣା କରିପାରିବି ନାହିଁ ।’ ଏହି ଗାଁକୁ ଦିନେ ସେ କିଣିଥିଲେ, ଏଠାରେ ହୋଟେଲ କରିବା ପାଇଁ । ତେବେ ଏହାକୁ ଏବେ ରୋକି ଦିଆଯାଇଛି ।

ଏ ପର୍ଯ୍ୟନ୍ତ ୩୦୦ ଲୋକ ଏହି ଗାଁକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ରୁଷ, ଫ୍ରାନ୍ସ, ବେଲଜିୟମ୍‌ ଓ ବ୍ରିଟେନ ଲୋକ ଏହା ଉପରେ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି ମଧ୍ୟ କିଣିବା ପାଇଁ ଏହା ଉପରେ ଅର୍ଥ ଲଗାଇ ସାରିଲେଣି ।

କେମିତି ଜନ ଶୂନ୍ୟ ହେଲା ଉକ୍ତ ଗାଁ

ଏହି ଗାଁକୁ ଏକ ବିଜୁଳି ଉତ୍ପାଦନ କମ୍ପାନୀ ଇବରଡୁଏରୋ ସେହି ଶ୍ରମିକମାନଙ୍କ ପରିବାର ପାଇଁ ନିର୍ମାଣ କରିଥିଲେ । ଯେଉଁମାନେ ୧୯୫୦ ରେ ଏଠରେ ଏକ ବଡ଼ ଜଳାଶୟ ଖନନ କାମ ପାଇଁ ରହୁଥିଲେ । ଜଳାଶୟ ନିର୍ମାଣ ସରିବା ପରେ ସେହି ଶ୍ରମିକମାନେ ପଳାଇଗଲେ । ୧୯୮୦ ପରେ ଏହି ଗାଁ ଶୂନଶାନ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.