ଦିଲ୍ଲୀରେ ଆପ୍କୁ ବଡ଼ ଝଟକା, ରାଜନୀତିରୁ ସନ୍ନ୍ୟାସ ନେଲେ ବାଚସ୍ପତି ରାମ ନିବାସ ଗୋୟଲ
ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋୟଲ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ନିର୍ବାଚନର ଠିକ୍ ପୂର୍ବରୁ ଆପର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଫଳରେ ଆପ୍ କୁ ବଡ ଝଟକା ଲାଗିଛି । ଏନେଇ ବିଧାୟକ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ତେବେ ବୟସାଧିକ ହେତୁ ରାଜନୀତିରୁ ସନ୍ନ୍ୟାସ ନେଇଥିବା କହିଛନ୍ତି ।
ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, ‘ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ପାଳନ କରିଛି । ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଏଥିପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ । ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି । କିନ୍ତୁ ମୁଁ ମୋର ସମସ୍ତ ହୃଦୟ, ମନ ଏବଂ ଧନ ସହିତ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି । ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି।’
Delhi Assembly Speaker and AAP MLA Ram Niwas Goel writes to party’s national convener Arvind Kejriwal, stating that he would now like to stay away from electoral politics owing to his age but would continue to serve the party. pic.twitter.com/7SAGg6bjU1
— ANI (@ANI) December 5, 2024
ଗୋଏଲଙ୍କ ଏହି ଘୋଷଣା ପରେ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ । ୭୬ ବର୍ଷୀୟ ଗୋଏଲ ସାହେବ ଆମ ପରିବାରର ଅଭିଭାବକ ଥିଲେ ଏବଂ ରହିବେ । ଭବିଷ୍ୟତରେ ମଧ୍ୟ ପାର୍ଟି ତାଙ୍କ ଅଭିଜ୍ଞତା ଏବଂ ସେବାର ଆବଶ୍ୟକ ପଡିବ । ସେ ଫେବ୍ରୁଆରୀ ୨୦୧୫ରୁ ଲଗାତର ଦିଲ୍ଲୀ ବିଧାନସଭାର ବାଚସ୍ପତି ଅଛନ୍ତି ।