ଦେଶ ବିଦେଶ

7 RCR ଓ ପିଏମ ମୋଦି, ଜାଣନ୍ତୁ କଣ ରହିଛି 7 RCRର ସ୍ୱତନ୍ତ୍ରତା

ପ୍ରାୟ ୧୨ ଏକର ଜମିରେ ତିଆରି ହୋଇଛି ୭ ଆରସିଆର। ଆମେ କହିବା ତ ପାଖାପାଖି ୧୦ଟି ଫୁଟବଲ୍‌ ମଇଦାନକୁ ଯୋଡିଲେ ତିଆରି ହେବ 7 RCR। ଏହାର ନାମ 7 RCR କିନ୍ତୁ ଏହା ଭିତରେ ରହିଛି ୫ ଟି ବଙ୍ଗଳା। ମୋଦି ଯେଉଁ ବଙ୍ଗଳାରେ ରହୁଛନ୍ତି ତାହା ହେଉଛି ୫ ରେସ୍‌ କୋର୍ସ ରୋଡ। ଏହା ସେହି ବଙ୍ଗଳା ଯାହାକୁ ମନମୋହନ ସିଂହ ଗେଷ୍ଟ ହାଉସ୍‌ ରୂପେ ବ୍ୟବହାର କରୁଥିଲେ। ମନମୋହନ ସିଂହ ଯେଉଁ ଗେଷ୍ଟ ହାଉସରେ ରହୁଥିଲେ ତାହା ହେଉଛି ୩ ରେସ୍‌ କୋର୍ସ ରୋଡ।

କିନ୍ତୁ ଘର ପାଖରେ ଥିବା ଯେଉଁ ବଙ୍ଗଳାକୁ କାର୍ଯ୍ୟାଳୟ ଭାବରେ ବ୍ୟବହାର କରୁଥିଲେ ତାହା ନାମ ହେଉଛି 7 ରେସ୍‌ କୋର୍ସ ରୋଡ ଅର୍ଥାତ 7 RCR। ମୋଦି ମଧ୍ୟ ଏହି ୭ ଆରସିଆରକୁ କାର୍ଯ୍ୟାଳୟ ଭାବରେ ବ୍ୟବହାର କରୁଛନ୍ତି। ଏଥିମଧ୍ୟରୁ 1 RCRକୁ ହ୍ୟାଲିପେଡ ଭାବରେ ବ୍ୟବହାର କରାଯାଉଛି। ସେହିପରି ୯ ଆରସିଆରକୁ ଏସପିଜି ଅର୍ଥାତ ସ୍ପେଶାଲ ପ୍ରୋଟେକସନ୍‌ ଗୃପଙ୍କ ପାଖରେ ରହିଛି।

ଏଠାକାର ସିକ୍ୟୁରୀଟି ବ୍ୟବସ୍ଥାରୁ ଆପଣ ଅନୁମାନ ଲଗେଇ ପାରିବେ ଯେ ବଙ୍ଗଳା ପାଖରେ ଥିବା ହୋଟେଲରେ ଟପ ୪ ଫ୍ଲୋର ସରକାରଙ୍କ ଦ୍ୱାରା କିଣାଯାଇଛି, ଯେପରି କି, କେହି ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ନଜର ପକେଇ ପାରିବେନି। ପିଏମ ଆବାସର ପୂରା ଏରିଆକୁ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି। ଏହାଛଡା ଏହାର ନିଜର ପାୱାର ଷ୍ଟେସନ ମଧ୍ୟ ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଙ୍ଗଳା ତଳେ ରହିଛି ସିକ୍ରେଟ ସୁଢ଼ଙ୍ଗ। ଆଜି ଆମେ ଆପଣଙ୍କୁ ମୋଦିଙ୍କ ବଙ୍ଗଳା ତଳେ ଥିବା ସେହି ସୁଡଙ୍ଗର ରହସ୍ୟ ବିଷୟରେ ଜଣାଇବୁ ଯାହା 7 RCRରୁ ସିଧା ସଫଦରଗଞ୍ଜ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପିଏମ, ଯିଏ ଏହି ସୁଡ଼ଙ୍ଗ ବ୍ୟବହାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଙ୍ଗଳାରେ ଦୁଇ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ରହିଛି। ଆଜି ଆମେ ଆପଣଙ୍କୁ ମୋଦିଙ୍କ ବଙ୍ଗଳା ତଳେ ଥିବା ସେହି ସୁଡଙ୍ଗର ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକି ସିଧା ସଫଦରଗଞ୍ଜ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଇଛି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପିଏମ, ଯିଏ ଏହି ସୁଡ଼ଙ୍ଗ ବ୍ୟବହାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୧୦ରେ ଏହି ସୁଡଙ୍ଗ ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ଯାହାର ବ୍ୟବହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି। The Central Public Works Department, ୨୦୧୦ରେ ଏହି ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା, ଯାହାକି ୨୦୧୪ ଭିତରେ ତିଆରି ହୋଇଛି । ପିଏମଙ୍କ ଶୋଭାଯାତ୍ରା ବେଳେ ରାସ୍ତାରେ ହେଉଥିବା ଗହଳିକୁ ରୋକିବା ପାଇଁ ଏହି ସୁଡ଼ଙ୍ଗ ତିଆରି କରାଯାଇଛି। ମୋଦିଙ୍କ ସୁରକ୍ଷା ସାଙ୍ଗକୁ ଭିଆଇପି ଗତିବିଧି ସମୟରେ ଭିଡ଼କୁ ଏଡ଼ାଇବା ମଧ୍ୟ ଏହି ସୁଡ଼ଙ୍ଗ ନିର୍ମାଣ କରିବାର ମୁଖ୍ୟ ଲକ୍ଷ୍ୟ।

ଜରୁରିକାଳୀନ ପରିସ୍ଥିତିରେ ପିଏମ ବାହାରିବା ପାଇଁ ଏହି ସୁଡ଼ଙ୍ଗ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହି ସୁଢ଼ଙ୍ଗ 7 RCRରୁ କମାଲ ଅତାତୁର୍କ ମାର୍ଗ, ଗୋଲଫ କୋର୍ସ ଏବଂ ସଫଦରଜଙ୍ଗ ହସିପଟାଲ ବାଟ ଦେଇ ସଫରଦରଜଙ୍ଗ ଏୟାରପୋର୍ଟରେ ପହଁଚିବ।

Pritiparna

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

28 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

30 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

34 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

39 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

42 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

54 mins ago